ପକୁଡ଼ି ଖାଇ ଶିଶୁ ଓ ମହିଳାଙ୍କ ସମେତ ୧୫ ଜଣ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

add-all

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ପଞ୍ଚମହଲା ଅନ୍ତର୍ଗତ ଜଗନ୍ନାଥପାଲି ଗ୍ରାମରେ ଶୁକ୍ରବାର ଦିନ ପକୁଡ଼ି ଖାଇ ପନ୍ଦରରୁ ଊର୍ଦ୍ଧ୍ବ ଲୋକ ଅସୁସ୍ଥ ହୋଇଛନ୍ତି। ସମସ୍ତ ଅସୁସ୍ଥ ଲୋକଙ୍କୁ ଉଲୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୂଚନା ସୂଚନା ଅନୁସାରେ ଆଜି ସକାଳ ଆଠଟା ସମୟରେ ଗ୍ରାମର ସୁବାସିନୀ ଭରାସାଗର ଘରେ ପକୁଡ଼ି କରିଥିଲେ। ସକାଳୁ ଘରର ଶିଶୁ ଓ ମହିଳାଙ୍କ ସମେତ ମୋଟ ପନ୍ଦରରୁ ଉର୍ଦ୍ଧ୍ବ ଲୋକ ପକୁଡ଼ି ଖାଇଥିଲେ। ତେବେ କିଛି ସମୟ ମଧ୍ୟରେ ସମସ୍ତଙ୍କ ମଧ୍ୟରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଥିଲା। କିଛି ଲୋକ ଚେତାଶୂନ୍ୟ ହୋଇଥିବା ବେଳେ ଆଉ କିଛି ଲୋକଙ୍କ ମୁଣ୍ଡ ବୁଲାଇଥିଲା। ତୁରନ୍ତ ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ଉଲୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ବର୍ତ୍ତମାନ ସମସ୍ତେ ଚିକିତ୍ସାଧୀନ ଅଛନ୍ତି। ଅସୁସ୍ଥ ହୋଇଥିବା ବ୍ୟକ୍ତିମାନେ ହେଲେ ଗଞ୍ଜିଆ ଭରାସାଗର, କାହ୍ନା ଭରାସାଗର, ପୁର ଭାରସାଗର, କଳ୍ପନା ମଲ୍ଲିକ, ମୀନକେତନ ମଲ୍ଲିକ, ସୁଦାସିନି ଭରାସାଗର, ସନ୍ତୋଷ ଶିକା, ପବିତ୍ର ଭରାସାଗର, ଭୂମିସୁତା ଭରାସାଗର, ଅର୍ଚ୍ଚିତା ଭରାସାଗର, ଅମ୍ରିତା ଭରାସାଗର ଆଦି ପନ୍ଦରରୁ ଊର୍ଦ୍ଧ୍ବ ଅସୁସ୍ଥ ହୋଇଥିବା ଜଣାପଡ଼ିଛି। ଏହାର କାରଣ କଣ ସ୍ପଟ ହୋଇନଥିବା ବେଳେ ଡାକ୍ତରୀ ଟିମ୍ ଉକ୍ତ ଗ୍ରାମରେ ପହଞ୍ଚିଥିବା ସୂଚନା ମିଳିଛି।

ad-week
Leave A Reply

Your email address will not be published.