କେଜ୍ରିୱାଲଙ୍କୁ ଜାମିନ କୌଣସି ଚତ୍ମକାର ଠାରୁ କମ ନୁହେଁ: ଆପ୍‌

add-all

ଇଡିର ଗିରଫଦାରୀକୁ ବିରୋଧ କରି ସୁପ୍ରିମକୋର୍ଟରେ ଯାଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ଅନ୍ତରୀଣ ଜାମିନ ମିଳିଛି। କେଜ୍ରିୱାଲଙ୍କୁ ଜାମିନ ମିଳିବା ପରେ ତାଙ୍କ ଦଳ ଆପ୍‌ ପୂରା ଉତ୍ସାହିତ ହୋଇପଡ଼ିଛି। ଏପରି ଜାମିନ କୌଣସି ଚତ୍ମକାର ଠାକୁ କମ ନୁହେଁ ବୋଲି ଆପ ନେତା ସୌରଭ ଭରଦ୍ୱାଜ ମଧ୍ୟ କହିବାକୁ ପଛାଇ ନାହାନ୍ତି।

ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ଦେଇଥିବାରୁ କେଜ୍ରିୱାଲ ଦେଶରେ ଚାଲିଥିବା ଲୋକସଭା ନିର୍ବାଚନରେ ପ୍ରଚାର କରିପାରିବେ। କିନ୍ତୁ ତାଙ୍କ ଅନ୍ତରୀଣ ଜାମିନ ଅବଧି ଜୁନ ୧ ଯାଏ ଥିବାରୁ ସେ ପରଦିନ ଅର୍ଥାତ ୨ ତାରିଖରେ ଆତ୍ମସମର୍ପଣ କରିବେ। ଦେଶରେ ଲୋକସଭା ନିର୍ବାଚନର ରେଜଲ୍ଟ ୪ ତାରିଖରେ ଘୋଷଣା ହେବ।

କେଜ୍ରିୱାଲ ଜାମିନ ପାଇଥିଲେ ହେଁ ମୁଖ୍ୟମନ୍ତ୍ରୀ ଅଫିସକୁ ଯାଇ ପାରିବେ ନାହିଁ। ସେହିପରି ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କ ବିନା ଅନୁମତିରେ ସେ କୌଣସି ସରକାରୀ ଫାଇଲରେ ଦସ୍ତଖତ କରିପାରିବେ ନାହିଁ। ସେ ଅବକାରୀ ନୀତି କିମ୍ବା ତାଙ୍କ ବିରୋଧରେ ଥିବା ଚାର୍ଜ ସମ୍ପର୍କରେ ସର୍ବସାଧାରଣରେ ଆଲୋଚନା କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ସର୍ତ୍ତ ରଖିଛନ୍ତି।

ତଥାପି ସେ ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରିବାର ଅନୁମତି ପାଇଛନ୍ତି। ଏପରି ରାୟ ପରେ ଆପ ପକ୍ଷରୁ ଗୋଟିଏ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏଥିରେ ଭରଦ୍ୱାଜ କହିଛନ୍ତି, “୪୦ ଦିନ ଭିତରେ ଅନ୍ତରୀଣ ଜାମିନ ମିଳିବା ଗୋଟିଏ ଚମତ୍କାର ଠାରୁ ଅଧିକ। ସୁପ୍ରିମକୋର୍ଟଙ୍କ ଜରିଆରେ ଭଗବାନ ଠାରୁ ସଙ୍କେତ ଆସିଛି।

ଦେଶରେ ଯାହା ସବୁ ଘଟୁଛି, ସେଥିରେ ଗୋଟିଏ ପରିବର୍ତ୍ତନ ଆବଶ୍ୟକ ବୋଲି ଭଗବାନ ସୁପ୍ରିମକୋର୍ଟ ଜରିଆରେ ସଙ୍କେତ ଦେଇଛନ୍ତି। ଅରବିନ୍ଦ କେଜ୍ରିୱାଲଙ୍କ ସହ ଭଗବାନ ବଜରଙ୍ଗବାଲୀଙ୍କ ଆଶୀର୍ବାଦ ରହିଛି। ଆଜି ସେ ଜେଲରୁ ବାହାରିବେ। ମୁଁ ଭାବୁଛି ଏହା କୌଣସି ସାଧାରଣ କଥା ନୁହେଁ। ସେ ଗୋଟିଏ ବଡ଼ ଉଦ୍ଦେଶ୍ୟରେ ଜେଲରୁ ବାହାରକୁ ଆସୁଛନ୍ତି।”

କେଜ୍ରିୱାଲ ଜେଲରୁ ବାହାରିବା ପରେ ଇଣ୍ଡିଆ ମେଣ୍ଟର ନିର୍ବାଚନ ପ୍ରଚାରରେ ଯୋଗଦେବେ। ବର୍ତ୍ତମାନ ସୁଦ୍ଧା ଦେଶରେ ୩ଟି ପର୍ଯ୍ୟାୟ ଭୋଟିଂ ଶେଷ ହୋଇ ସାରିଛି। ଏବେ ଆଉ ୪ଟି ପର୍ଯ୍ୟାୟରେ ଦେଶବାସୀ ଭୋଟ ଦେବେ। ଏହି ପର୍ଯ୍ୟାୟ ଗୁଡ଼ିକ ପାଇଁ କେଜ୍ରିୱାଲ ଆପ ଓ ବିରୋଧୀ ମେଣ୍ଟ ଇଣ୍ଡିଆ ପାଇଁ ପ୍ରଚାର କରିବେ।

ad-week
Leave A Reply

Your email address will not be published.