ଅକ୍ଷୟ ତୃତୀୟାରେ ଆରମ୍ଭ ହେଲା ମହାପ୍ରଭୁଙ୍କ ରଥ ନିର୍ମାଣ

add-all

ଆଜି ପବିତ୍ର ଅକ୍ଷୟ ତୃତୀୟାରେ ହୋଇଛି ଅଖି ମୁଠି ଅନୂକୂଳ। କ୍ଷେତରେ ବିହନ ବୁଣାର ଅନୁକୂଳ ସହ ଚାଷ କାମର ଶୁଭାରମ୍ଭ କରିଛି ଚାଷୀ। ସେହିପରି ଏହି ପବିତ୍ର ଦିନରେ ପୁରୀରେ ଘୋଷଯାତ୍ରା ପାଇଁ ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ରଥ ନିର୍ମାଣ।

ମଧ୍ୟାହ୍ନ ଧୂପ ବଢ଼ିବା ପରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ପୂଜାପଣ୍ଡା ରଥଖଳାରେ ପହଞ୍ଚିଥିଲେ। ବନଯାଗ ବିଧିରେ ପୂଜାର୍ଚ୍ଚନା ପରେ ବିଶ୍ୱକର୍ମା ମହାରଣାଙ୍କ ଶାଢ଼ୀ ବନ୍ଧା ହୋଇଥିଲା। ତା’ ପରେ ସୁନା କୁରାଢ଼ୀରେ ରଥ ନିର୍ମାଣର ଅନୁକୂଳ କରାଯାଇଥିଲା। ପ୍ରଥମେ ତାଳଧ୍ୱଜ, ପରେ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନର ଧଉରା କାଠ ଅନୁକୂଳ କରାଯାଇଥିଲା।

ସେହିପରି ପୁରୀରେ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ଚନ୍ଦନ ଯାତ୍ରା। ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନ ମୋହନ ଓ ଶ୍ରୀଦେବୀ, ଭୂଦେବୀ ଚାପ ଖେଳୁଛନ୍ତି। ମଣି ବିମାନରେ ଝୁଲି ଝୁଲି ଶ୍ରୀଦେବୀ, ଭୂଦେବୀଙ୍କ ସହିତ ନରେନ୍ଦ୍ର ପୁଷ୍କରିଣୀକୁ ଆସିଥିଲେ ମଦନ ମୋହନ। ଆଉ ଏକ ବିମାନରେ ରାମକୃଷ୍ଣଙ୍କ ସହ ପଞ୍ଚୁପାଣ୍ଡବ ତଥା ପଞ୍ଚ ମହାଦେବ ଆସି ଜଳକ୍ରୀଡ଼ା କରିଛନ୍ତି। ପ୍ରବଳ ଗରମରୁ ରକ୍ଷା ପାଇବା ପାଇଁ ମହାପ୍ରଭୁ ନରେନ୍ଦ୍ର ପୁଷ୍କରିଣୀରେ ନୌକା ବିହାର କରନ୍ତି।

ad-week
Leave A Reply

Your email address will not be published.