ଦୁଇ ଯାତ୍ରୀବାହୀ ବସ୍‌ ମୁହାଁମୁହିଁ ଧକ୍କା, ଅନେକ ଯାତ୍ରୀ ଆହତ

add-all

ବୀରମହାରାଜପୁର/ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅଧୀନ ହିକୁଡ଼ି ଫାଣ୍ଡିର ଡୁଡୁପାଲି ବୁଲାଣିରେ ଆଜି ରାତିରେ ଦୁଇଟି ଘରୋଇ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ନିୟନ୍ତ୍ରଣ ହରାଇ ଦୁଇଟି ବସ୍‌ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଉଭୟ ବସ୍‌ର ଅନେକଗୁଡ଼ିଏ ଯାତ୍ରୀ ଆହତ ହୋଇଛନ୍ତି। ଦୁଇଟି ବସ୍‌ର ଚାଳକ ଦ୍ବୟ ମଧ୍ୟ ଗୁରୁତର ଥିବା ଜଣାପଡ଼ିଛି।

ସୂଚନା ଅନୁସାରେ ଆଜି ରାତି ପ୍ରାୟ ୮ଟାରେ ଘରୋଇ ବସ୍‌ ଚକାଡୋଲା ସମ୍ବଲପୁରରୁ ସୋନପର ଅଭିମୁଖେ ଯାଉଥିଲା। ବିପରୀତ ଦିଗରୁ ଅନ୍ୟ ଏକ ଯାତ୍ରୀବାହୀ ବସ୍‌ ‘କରିସ୍ମା’ ସୋନପୁର ଅଭିମୁଖେ ଯାଉଥିଲା। ଉଭୟ ବସ୍‌ର ଚାଳକମାନେ ଡୁଡୁପାଲିରେ ନିୟନ୍ତ୍ରଣ ହରାଇଥିଲେ। ଫଳରେ ମୁହାଁମୁହିଁ ଧକ୍କା ହୋଇଥିଲା।

ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଆମ୍ବୁଲାନ୍ସ ଆସିବା ପରେ ସ୍ଥାନୀୟ ଲୋକଙ୍କର ସାହାଯ୍ୟରେ ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଉଛି। ରିପୋର୍ଟ ଲେଖାଯିବା ବେଳକୁ କିଛି ଯାତ୍ରୀମାନଙ୍କର ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ଉଭୟ ବସ୍‌ ମଧ୍ୟରୁ ଗୋଟିଏରେ ବରଯାତ୍ରୀ ଥିବା ଜଣାଯାଇଛି।

ad-week
Leave A Reply

Your email address will not be published.