ଫୁଲବାଣୀ ଦ୍ବିବାର୍ଷିକ ଠାକୁରାଣୀ ଯାତ୍ରା ଆରମ୍ଭ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀର ପ୍ରସିଦ୍ଧ ଦ୍ୱି ବାର୍ଷିକ ଠାକୁରାଣୀ ଯାତ୍ରା ଶୁକ୍ରବାର ଦିନ ଠାରୁ ଆରମ୍ଭ ହୋଇଛି । ସକାଳେ ପ୍ରଥମେ ବ୍ରାହ୍ମଣୀ ଦେବୀ ପୀଠରୁ ବ୍ରାହ୍ମଣୀ ଦେବୀ, ତତପରେ ବରାଳ ଦେବୀପୀଠରୁ ବରାଳ ଦେବୀ, ସେହିପରି ଗ୍ରାମଦେବୀ ପୀଠରୁ ଗ୍ରାମଦେବୀ ଓ ବ୍ୟାଘ୍ର ଦେବୀ ପୀଠରୁ ବ୍ୟାଘ୍ର ଦେବୀ ଠାକୁରାଣୀଙ୍କୁ ବରଣ କରି ଯାତ୍ରା ପଡିଆ ସ୍ଥିତ ଅସ୍ଥାୟୀ ମନ୍ଦିରକୁ ଅଣାଯାଇଥିଲା । ସମଗ୍ର ଫୁଲବାଣୀ ସହର ଢୋଲ ବାଦ୍ୟ ଓ ନୃତ୍ୟରେ କମ୍ପୁଥିଲା ଯାତ୍ରା କମିଟିର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟଙ୍କ ଉପସ୍ଥିତିରେ ରାତିରେ ମା ନାରାୟଣୀଙ୍କୁ ସ୍ବମନ୍ଦିରରୁ ପଟୁଆରେ ଅସ୍ଥାୟୀ ମଣ୍ଡପକୁ ଅଣାଯାଇଥିଲା। ରବିବାର ଦିନ ଠାରୁ ପଞ୍ଚଦେବୀ ନଗର ପରିକ୍ରମା କରିବେ ବୋଲି ପୂଜକ ମାନଙ୍କ ଠାରୁ ପ୍ରକାଶ l ଚଳିତ ଥର ଯାତ୍ରା ମହା ଆଡମ୍ବର ସହ ପାଳନ ପାଇଁ ଯୋଜନା
ରହିଛି। ସନ୍ଧ୍ୟାରେ ଯାତ୍ରା କମିଟିର ଅଧ୍ୟକ୍ଷଙ୍କ ସହ କମିଟି ସଭାପତି ପି. ସୁଧାଂଶୁ ସେନାପତି, ଉପସଭାପତି ସୁଜିତ କୁମାର ବେହେରା, ସମ୍ପାଦକ ଦୁର୍ଗା ପ୍ରସାଦ ତ୍ରିପାଠୀ, ଅର୍ଥ ସମ୍ପାଦକ କାବୁଲା ସେନାପତି, ସାଂସ୍କୃତିକ ସମ୍ପାଦକ ଭି. ଲୋକନାଥ ରାଜୁ, କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ମହାନ୍ତିଙ୍କ ସମେତ କର୍ମକର୍ତ୍ତା ଓ କାର୍ଯ୍ୟକାରୀ ସଦସ୍ୟ ମାନେ ଉପସ୍ଥିତ ଥିଲେ । ରାତ୍ରିରେ ମା ନାରାୟଣୀଙ୍କୁ ଆଣିବା ବେଳେ ବିରାଟ ଶୋଭାଯାତ୍ରାରେ ବାଜା ବାଜଣା ସଂଖ ଧ୍ୱନି ସହ ବାଣ ଫୁଟାଇ ବିଭିନ୍ନ ପଟୁଆରରେ,ଆଣିବା ପାଇଁ ଯୋଜନା ରହିଚି ବୋଲି ସଭାପତି ଶ୍ରୀ ସେନାପତି କହିଛନ୍ତି l

ad-week
Leave A Reply

Your email address will not be published.