ଜେଲ୍‌ ଗଲେ ପ୍ରଜ୍ଜ୍ୱଳଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ବିଜେପି ନେତା

add-all

ବେଙ୍ଗାଲୁରୁ : ଜେଲ୍‌ ଗଲେ ଜେଡିଏସ୍ ସାଂସଦ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡାଙ୍କ ନାତି ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ବିରୋଧରେ ଯୌନ ନିର୍ଯାତନା ଆଣିଥିବା ବିଜେପି ନେତା। ଶୁକ୍ରବାର ବିଳମ୍ବିତ ରାତିରେ ଜି ଦେବରାଜେ ଗୌଡାଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ପୁଲିସ ହେପାଜତକୁ ପଠାଇ ଦିଆଯାଇଛି।
ବେଙ୍ଗାଲୁରୁର ଚିତ୍ରଦୁର୍ଗା ଅଭିମୁଖେ ଯାତ୍ରା କରୁଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ପୁଲିସ ଜି ଦେବରାଜେ ଗୌଡାଙ୍କୁ ଗୁଲିହାଲ ଟୋଲ୍‌ ଗେଟ୍‌ ନିକଟରୁ ଗିରଫ କରିଛି। ତାଙ୍କ ବିରୋଧରେ ଯୌନ ଶୋଷଣ ଓ ଭିଡିଓ ଲିକ୍‌ କରିବା ଅଭିଯୋଗରେ ରହିଛି।
ଜଣେ ୩୬ ବର୍ଷୀୟା ମହିଳା ଏହି ବିଜେପି ନେତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ସେ କୁଆଡ଼େ ମହିଳାଙ୍କ ନାମରେ ଥିବା ଜମି ବିକ୍ରି କରାଇଦେବି କହି ତାଙ୍କ ସହ ପ୍ରାୟ ୧୦ ମାସ ଯାଏ ଶାରୀରିକ ସମ୍ପକ ରଖିଥିଲେ। ତେବେ ପରେ ମହିଳା ଜଣକ ଏହି ବିଜେପି ନେତାଙ୍କ ବିରୋଧରେ ସ୍ୱର ଉଠାଇଥିଲେ।
ଏହା ବ୍ୟତୀତ ଉକ୍ତ ମହିଳାଙ୍କ ସ୍ୱାମୀ ଦେବରାଜେ ଗୌଡାଙ୍କ ବିରୋଧରେ ତାଙ୍କ ଘରେ ପଶି ଧମକାଇବା ଓ ଦୁର୍ବ୍ୟବହାର କରିଥିବା ଅଭିଯୋଗ ମଧ୍ୟ କରିଛନ୍ତି। କେବଳ ସେତିକି ନୁହେଁ ତାଙ୍କୁ ଓ ତାଙ୍କ ସ୍ତ୍ରୀଙ୍କୁ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଥିବା ଅଭିଯୋଗ ରହିଛି। ଉଭୟଙ୍କ ତରଫରୁ ରୁଜୁ ହୋଇଥିବା ଏଫ୍‌ଆଇଆର୍‌ ଅନୁାସରେ ପୁଲିସ ଉକ୍ତ ବିଜେପି ନେତାଙ୍କ ବିରୋଧରେ ମାମଲା ରୁଜୁ କରିଛି।
ଏଥିସହ ଗୌଡା ଅନେକ ମହିଳାଙ୍କର ଯୌନ ଶୋଷଣର ଭିଡିଓ ଲିକ୍‌ କରିଥିବା ଅଭିଯୋଗ ହୋଇଛି। ସେ ଏହି ଭିଡିଓ ପ୍ରଘଟ କରିଛନ୍ତି ବୋଲି ପୂର୍ବରୁ କଂଗ୍ରେସ ଅଭିଯୋଗ ଆଣିଛି।
ଗତବର୍ଷ ପ୍ରଜ୍ଜ୍ୱଳ ରେବାନ୍ନାଙ୍କ ଯୌନ ଶୋଷଣ ସମ୍ପର୍କରେ ଗୌଡା ବିଜେପି ନେତୃତ୍ୱକୁ ସତର୍କ କରାଇଥିଲେ ଏବଂ ହାସନରୁ ଜେଡି (ଏସ) ନେତାଙ୍କୁ ଲୋକସଭା ଟିକେଟ୍ ନଦେବାକୁ ଦଳକୁ କହିଥିଲେ। ଗତ ବର୍ଷ ଜେଡି (ଏସ୍) ସହିତ ଏକ ମେଣ୍ଟ ଗଠନ କରିଥିବା ବିଜେପି ହାସନରୁ ପ୍ରଜ୍ଜ୍ୱଳଙ୍କୁ ଟିକେଟ୍‌ ଦେବାକୁ ସ୍ଥିର କରିଥିଲା।

ad-week
Leave A Reply

Your email address will not be published.