ପୁସ୍ତକର ଶୀର୍ଷକରେ ’ବାଇବେଲ୍‌’ ଲେଖାଥିବାରୁ କରୀନାଙ୍କୁ ମିଳିଲା କୋର୍ଟ ନୋଟିସ୍‌

add-all

ଭୋପାଳ: ବିବାଦରେ ଫଶିଗଲେ ବେବୋ। ଗର୍ଭଧାରଣ ଯାତ୍ରାକୁ ନେଇ ପ୍ରକାଶ କରିଥିବା ଏକ ପୁସ୍ତକର ଶୀର୍ଷକରେ ‘‘ବାଇବେଲ୍‌’’ ଶବ୍ଦ ଲେଖି ବିବାଦରେ ଫଶିଗଲେ ଅଭିନେତ୍ରୀ କରୀନା କପୁର। ଏଥିପାଇଁ ତାଙ୍କୁ ମଧ୍ୟପ୍ରଦେଶର ହାଇକୋର୍ଟରୁ ନୋଟିସ୍‌ ମିଳିଛି। ବହିର ଶୀର୍ଷକରେ “ବାଇବେଲ” ଶବ୍ଦର ବ୍ୟବହାର ବିରୋଧରେ ଜଣେ ଓକିଲ କୋର୍ଟଙ୍କ ନିକଟକୁ ଆସିବା ପରେ ତାଙ୍କୁ ନୋଟିସ୍‌ ଜାରି ହୋଇଛି।
ଓକିଲ ଖ୍ରୀଷ୍ଟୋଫେର୍‌ ଆନ୍ଥେ‌ାନିଙ୍କ ଅଭିଯୋଗ ଆଧାରରେ ଜଷ୍ଟିସ୍‌ ଗୁରୁପାଲ ସିଂହ ଆହାଲୁୱାଲିଆଙ୍କ ଦ୍ବାରା ଗଠିତ ଏକ ଖଣ୍ଡପୀଠ ପୁସ୍ତକ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବା ସହ ବହି ବିକ୍ରେତାଙ୍କୁ ମଧ୍ୟ ନୋଟିସ ଜାରି କରିଛନ୍ତି।
ଜବଲପୁରର ସାମାଜିକ କର୍ମୀ ଆନ୍ଥୋନି ତାଙ୍କ ଆବେଦନରେ ଅଭିଯୋଗ କରିଛନ୍ତି ଯେ ବହିର ଶୀର୍ଷକରେ “ବାଇବେଲ” ଶବ୍ଦର ବ୍ୟବହାର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଭାବନାକୁ କ୍ଷତି ପହଞ୍ଚାଇଛି। ସେ କହିଛନ୍ତି ଯେ ବାଇବେଲ୍‌ ସମଗ୍ର ବିଶ୍ୱରେ ଖ୍ରୀଷ୍ଟିଆନ ଧର୍ମର ପବିତ୍ର ପୁସ୍ତକ ଏବଂ କରୀନା କପୁର ଖାନଙ୍କ ଗର୍ଭଧାରଣକୁ ବାଇବେଲ୍‌ ସହିତ ତୁଳନା କରିବା ଭୁଲ ଅଟେ। ଆନ୍ଥୋନି ଆହୁରି ବି କହିଛନ୍ତି ଯେ ଅଭିନେତ୍ରୀ ତାଙ୍କ ପୁସ୍ତକର “ଶସ୍ତା ପ୍ରଚାର” ପାଇଁ ଏହି ଶବ୍ଦ ବ୍ୟବହାର କରିଛନ୍ତି।
୨୦୨୧ ମସିହାରେ ପ୍ରକାଶିତ ଏହି ପୁସ୍ତକରେ ୪୩ ବର୍ଷୀୟା ଅଭିନେତ୍ରୀ ତାଙ୍କର ଗର୍ଭଧାରଣ ଯାତ୍ରା ବିଷୟରେ ବର୍ଣ୍ଣନା କରିଛନ୍ତି। ପୁସ୍ତକରେ ସେ ଗର୍ଭବତୀ ମହିଳାଙ୍କ ପାଇଁ କିଛି ସୂଚନା ପ୍ରଦାନ କରିଛନ୍ତି। ତେବେ ତାଙ୍କ ପୁସ୍ତକର ଶୀର୍ଷକଟି ହେଉଛି, ‘‘କରୀନା କପୁର୍‌ ଖାନ୍‌ସ ପ୍ରେଗନେନ୍ସି ବାଇବେଲ୍‌’।

ad-week
Leave A Reply

Your email address will not be published.