ଝଙ୍କଡ଼ ସାରଳାଙ୍କ ଚନ୍ଦନଯାତ୍ରାର ଶୁଭାରମ୍ଭ

add-all

ଝଙ୍କଡ : ପ୍ରସିଦ୍ଧ ବାଣୀ କ୍ଷେତ୍ର ଝଙ୍କଡ଼ ସାରଳାପୀଠରେ, ଗତ ପବିତ୍ର ଅକ୍ଷୟ ତୃତୀୟା ଦିନ ଠାରୁ ଦୀର୍ଘ ୨୧ ଦିନ ବ୍ୟାପି ମା ସାରଳା ଠାକୁରାଣୀ ଙ୍କର ମନୋରମ ଓ ଆକର୍ଷଣୀୟ ଚନ୍ଦନଯାତ୍ରା ର ଶୁଭାରମ୍ଭ ହୋଇଛି। ଏହି ଉପଲକ୍ଷେ ପ୍ରତିଦିନ ମଧ୍ୟାହ୍ନରେ, ବଡ଼ସିଂହାର ସମୟରେ ମାଆଙ୍କ ଚନ୍ଦନଲାଗି ନୀତି ଅନୁଷ୍ଠିତ ହୋଇଥାଏ। ସେବାୟତ ମାନଙ୍କ ଦ୍ୱାରା ସେବାଗିତୀ ଗାନ ଓ ବଡ଼ପଣ୍ଡା ଙ୍କ ଦ୍ଵାରା ମାଆଙ୍କ ଶ୍ରୀ ଅଙ୍ଗରେ ଚନ୍ଦନ ଲାଗି ନୀତି ବେଳେ, ମହମହ ଅଗରୁ କସ୍ତୁରୀ ଚନ୍ଦନ ର ସୁବାସ ରେ ମନ୍ଦିରଭିତର ମହକି ଉଠିଥାଏ ।

ଦ୍ବିତୀୟ ପ୍ରହର ଧୂପ ପରେ, ମାଆଙ୍କ ଚଳନ୍ତି ପ୍ରତିମାଙ୍କୁ ଏକ ବର୍ଣ୍ଣାଢ଼୍ୟ ପଟୁଆର ମଧ୍ୟରେ ବେଢ଼ା ପରିକ୍ରମା କରାଯାଇ, ସୁସଜ୍ଜିତ ବିମାନରେ ବସାଇ , ଚାପଖେଳ ପାଈଁ, ଚନ୍ଦନପୁଷ୍କରିଣୀ କୁ ନେଇ, ପ୍ରଥମ ଦିନ ୧ ଭରା, ଦ୍ୱିତୀୟ ଦିନ ୨ ଭରା, ଏହି କ୍ରମରେ ୨୧ ଦିନ ୨୧ ଭେରା ନୌକା ବିହାର ବା ଚାପଖେଲ ଅନୁଷ୍ଠିତ ହୋଇଥାଏ। ତେବେ ଚାପ କୁ ଯିବାପୂର୍ବରୁ ମାଆଙ୍କୁ ଏକ ସ୍ବତନ୍ତ୍ରନୀତି ରେ ପ୍ରୀତିଅନ୍ନ ଭୋଗ ଲାଗି ହୋଇଥାଏ। ମଧ୍ୟାହ୍ନରେ ଚାପଖେଳି ସାରି, ପୋଖରୀ ମଝିରେ ଥିବା, କୁଣ୍ଡିମନ୍ଦିରରେ, ବିଶ୍ରାମ କରିବା ପରେ, ସଂଧ୍ୟାରେ ସନ୍ଧ୍ୟା ଆରତୀ ଓ ତାଟଭୋଗ ପୂଜା ପରେ, ପୁନଶ୍ଚ ଚାପଖେଳି ସାରି, ପଟୁଆର ମଧ୍ୟରେ ସ୍ୱପୀ ଠ କୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି।

ନବପତ୍ରିକା ଦିନ ଠାରୁ ରାତ୍ର ରେ ଚାପଖେଳ ସାରି ମାଆ ମନ୍ଦିର ବେଢାରେ ବୃନ୍ଦାବତୀଙ୍କ ମଣ୍ଡପ ରେ ବିଜେ କରିବା ପରେ , ଗୋଟିପୁଅ ଏବଂ ଓଡ଼ିଶୀ ନୃତ୍ୟ ସଙ୍ଗୀତ ଆଦି ପରିବେଷଣ କରାଯାଇଥାଏ । ତେବେ ଅନ୍ୟାନ୍ୟ ଦେବଦେବୀ ପୀଠ ରେ ଦିନକୁ ଥରେ ଚାପଖେଳ ହେଉଥିବା ବେଳେ, ମାଆ ସାରଳା ଙ୍କ ପୀଠରେ ଦିବା ରାତ୍ର ଚାପଖେଳ ହେବାର ଏକ ନିଆରା ପରମ୍ପରା, ପରିଲକ୍ଷିତ ହୋଇଥାଏ। ରୋଷଣୀ, ପଟୁଆର ଓ ଚାପଖେଳ ବେଳେ , ବାଣ ବିସ୍ଫୋରଣ ଘଟି, ଜଣେ ଶ୍ରାଦ୍ଧକୁଭକ୍ତ ଙ୍କ ମୃତ୍ୟୁ ଓ ବହୁ ଲୋକ ଆହତ ହୋଇଥିବା ଗତବର୍ଷର ଅଘଟଣ ପାଇଁ , ଚଳିତ ବର୍ଷ ଚନ୍ଦନଯାତ୍ରା ରେ ମନ୍ଦିର ପ୍ରଶାସନ ତରଫରୁ ବାଣ ଫୁଟାଇବା କୁ ସମ୍ପୂର୍ଣ ନିଷିଦ୍ଧ କରଯାଇଛି । ଆସନ୍ତା ମେଁ ୩୦ ତାରିଖ ରେ ଏହି ଦୀର୍ଘକାଳୀନ ଚନ୍ଦନ ଯାତ୍ରା ଉଦଯାପିତ ହେବ ଓ ସେଦିନ ଲଟାଭଉଁରୀ ଚାପଖେଳ କରାଯିବ ବୋଲି , ସାରଳା ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟ ରଞ୍ଜନ ପରିଜା ସୂଚନା ପ୍ରଦାନ କରିଅଛନ୍ତି।

ad-week
Leave A Reply

Your email address will not be published.