ପୋଲିଙ୍ଗ ଅଫିସର ଙ୍କ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ…

add-all


ଉମରକୋଟ : ନବରଙ୍ଗପୁର ଜିଲ୍ଲା କୋଷଗୁମୁଡା ବ୍ଲକ ଅଧୀନରେ ଥିବା କକଡିସେମଲା ଗ୍ରାମର ଅଲେଖ ରନ୍ଧାରୀ ନାମକ ବ୍ୟକ୍ତି ଉମରକୋଟ ନିର୍ବାଚନ ମଣ୍ଡଲିର ୱାର୍ଡ ନଂ 13 ବୁଥ ପଞ୍ଚମ ପୋଲିଙ୍ଗ ଅଫିସର ଭାବେ ଗତ କାଲି ୧୧/୦୫/୨୦୨୪ ରିଖ କାର୍ଯ୍ୟରେ ଯୋଗ ଦେବାକୁ ଆସୁଥିବା ସମୟରେ ବସରୁ ଓଲ୍ହାଇ ବୁଥକୁ ଯିବା ସମୟରେ ଦୁଇ ବାଇକ ଆରୋହୀ ଗାଡି ନଂ ଓଡି ୧୦ପି ୯୧୯୨ ଯୋଗେ ଆସି ଅଲେଖ ରନ୍ଧାରିଙ୍କୁ ଧକ୍କା ଦେବାରୁ ଅଲେଖ ରନ୍ଧାରୀ ରାସ୍ତା ଉପରେ ଛିଟିକି ପଡ଼ିଥିଲେ, ତାଙ୍କର ସାଥିରେ ଥିବା ଅନ୍ୟ ପୋଲିଙ୍ଗ ଅଫିସର କାଳ ବିଳମ୍ବ ନ କରି ଆମ୍ବୁଲାନ୍ସ କୁ ଫୋନ କରି ରନ୍ଧାରୀଙ୍କୁ ଉଦ୍ଧାର କରି ନିକଟସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।ସ୍ୱାସ୍ଥ୍ୟ କେନ୍ଦରେ ଚିକିତ୍ସାଧୀନ ଅବସ୍ଥାରେ ଅଲେଖ ରନ୍ଧାରୀଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଥିଲେ। ଘଟଣା ସ୍ଥଳରେ ଉମରକୋଟ ପୋଲିସ ପହଞ୍ଚି ଉକ୍ତ ବାଇକ ଟିକୁ ଜବତ କରିବା ସମୟରେ, ବାଇକ ଆରୋହୀ ଦୁର୍ଘଟଣା ପରେ ଫେରାର ହୋଇଥିବା ଖବର ମିଳିଛି । ଉମରକୋଟ ପୋଲିସ ଏହି ଦୁର୍ଘଟଣାକୁ ଗୁରୁବାର ସହିତ ନେଇ ଛାନବିନ କରିବା ସହିତ ବାଇକ ଚାଳକ କୁ ସନ୍ଧାନ ଜାରିରଖିଛି ।

ad-week
Leave A Reply

Your email address will not be published.