ଚିକିଟିରେ ନିର୍ବାଚନୀ ହିଂସା

add-all

ଚିକିଟି: ଗଞ୍ଜାମ ଜିଲ୍ଲାର ଚିକିଟିର କଳବାଡ଼ ପଞ୍ଚାୟତ ନୂଆ ମହିଷାଣପୁରରେ ନିର୍ବାଚନୀ ହିଂସାର ବାତାବରଣ ସୃଷ୍ଟି ହୋଇଥିଲା। ବିଜେଡି ବିଜେପି ମଧ୍ୟରେ ହାତାହାତି ପରିସ୍ଥିତି ସ୍ଥାନୀୟ ଅଞ୍ଚଳରେ ଦେଖିବାକୁ ମିଳିଛି। ବିଜେପି ଏଜେଣ୍ଟଙ୍କୁ ବୁଥ ଭିତରକୁ ବିଜେଡି ସମର୍ଥିତ ଲୋକେ ପ୍ରବେଶ କରେଇ ଦେଉ ନଥିବା ଅଭିଯୋଗ ହୋଇଛି। ଫଳରେ ଗ୍ରାମରେ ଆତଙ୍କ ଦେଖାଦେଇଥିଲା।

ବିଜେଡିର ଗୁଣ୍ଡାରାଜ ଚାଲିଛି ବୋଲି ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଠେଙ୍ଗା ଆକ୍ରମଣରେ ଦୁଇ ଜଣକ ମୁଣ୍ଡ ଫାଟିଛି। ଘଟଣାସ୍ଥଳରେ ବିଜେପି ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନସାମନ୍ତରାୟ ଉପସ୍ଥିତ ଥିଲେ । ବହୁ ସମୟ ପର୍ଯ୍ୟନ୍ତ ବୁଥରେ ବିଜେପିର ଏଜେଣ୍ଟ ନଥିବା କୁହାଯାଉଛି।

ad-week
Leave A Reply

Your email address will not be published.