ଯାହା ପଛରେ ଇଡି ପଡିଛି, ସେହି ନେତାଙ୍କୁ ଭୋଟ୍‌ ଦିଅନି

add-all

ଦେଶର ଚାବି ଭୁଲ୍‌ ଲୋକଙ୍କ ହାତରେ ଦିଅନ୍ତୁ ନାହିଁ। ଯାହା ପଛରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପଡିଛି, ସେହି ନେତାଙ୍କୁ ଭୋଟ ଦିଅନ୍ତୁ ନାହିଁ।’ ଲକୋଙ୍କୁ ଆଜି ଏଭଳି କିଛି ଅପିଲ କରି ଏକଦା କେଜ୍ରିଓ୍ୱାଲଙ୍କ ଗୁରୁ ଥିବା ବରିଷ୍ଠ ସାମାଜିକ କର୍ମୀ ଅନ୍ନା ହଜାରେ ନିଜ ଶିଷ୍ୟ ଉପରେ ବର୍ଷିଛନ୍ତି।

ଆଜି ଖୋଲାଖୋଲି ଭାବେ ଏକଦା ନିଜ ଶିଷ୍ୟ ଥିବା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଉପରେ ବର୍ଷିଛନ୍ତି ଅନ୍ନା ହଜାରେ। ସେ ଭୋଟର୍‌ଙ୍କୁ ଅପିଲ କରି କହିଛନ୍ତି, ‘ଦେଶର ଚାବି ସଠିକ୍‌ ହାତରେ ଦିଆଯିବା ଉଚିତ। ନଚେତ ଦେଶ ଆଉ ବଞ୍ଚିବ ନାହିଁ। ସଠିକ ପ୍ରାର୍ଥୀଙ୍କ ଚୟନ କରନ୍ତୁ। ଯାହା ପଛରେ ଇଡି ପଡିଛି, ସେମାନଙ୍କୁ ଭୋଟ୍‌ ଦିଅନ୍ତୁ ନାହିଁ। ସେହି ନେତାଙ୍କୁ ଚୟନ କରନ୍ତୁ ନାହିଁ। ଆଜି ଗଣତନ୍ତ୍ରର ଏକ ମହାନ ଉତ୍ସବ ପାଳନ ହେଉଛି, ଏଥିରେ ସମସ୍ତେ ଭାଗ ନିଅନ୍ତୁ।

ଏଥିସହ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଅନ୍ନା ହଜାରେ ଖୋଲାଖୋଲି ଭାବେ ଟାର୍ଗେଟ କରିଛନ୍ତି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିଓ୍ୱାଲ ସମ୍ପୃକ୍ତି ଥିବାକୁ ନେଇ ସେ ତାଙ୍କୁ କଡା ସମାଲୋଚନା କରିଛନ୍ତି। କେଜ୍ରିଓ୍ୱାଲ ମଦ ନିଶାରେ ବୁଢ଼ି ରହିଥିଲେ। ଏଥିପାଇଁ ସେ ଏହି ଦୁର୍ନୀତି କରିଛନ୍ତି। ଏଭଳି ଲୋକଙ୍କୁ ପୁଣି ଥରେ ଭୋଟ୍‌ ଦେଇ ନିର୍ବାଚିତ କରିବା ଉଚିତ ନୁହେଁ ବୋଲି ଅନ୍ନା ହଜାରେ କହିଛନ୍ତି। ଏହାପୂର୍ବରୁ ମଧ୍ୟ ଅନ୍ନା ହଜାରେ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଅନେକ ଥର ସମାଲୋଚନା କରିସାରିଛନ୍ତି।

ୟୁପିଏ ସରକାର ସମୟରେ ଅନ୍ନା ହଜାରେଙ୍କ ନେତୃତ୍ୱରେ ଦୁର୍ନୀତି ବିରୋଧୀ ବ୍ୟାନର ତଳେ ଆନ୍ଦୋଳନ ହୋଇଥିଲା। ଏହି ସମୟରେ ଅନ୍ନା ହଜାରେ ଅମରଣ ଅନଶନ କରିଥିଲେ। ତାଙ୍କ ସହ ଅରବିନ୍ଦ କେଜ୍ରିଓ୍ୱାଲ, ପ୍ରଶାନ୍ତ ଭୂଷଣ, କୁମାର ବିଶ୍ୱାସଙ୍କ ସମେତ ଅନେକ ଲୋକ ସାମିଲ ହୋଇଥିଲେ। ଏହି ଅନଶନକୁ ଅନ୍ନା ହଜାରେ ରାଜନୀତି ଠାରୁ ଦୂରେଇ ରଖିବାକୁ ଚାହୁଁଥିଲେ। କିନ୍ତୁ କେଜ୍ରିଓ୍ୱାଲ ନିଜର ଅନ୍ୟ କିଛି ସାଥୀଙ୍କ ସହ ମିଶି ରାଜନୈତିକ ଦଳ ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପର ଠାରୁ ଅନ୍ନା ହଜାରେ ଓ କେଜ୍ରିଓ୍ୱାଲଙ୍କ ରାସ୍ତା ଭିନ୍ନ ହୋଇଯାଇଥିଲା। ଗୁରୁ-ଶିଷ୍ୟଙ୍କ ଯୋଡୀ ଭାଙ୍ଗି ଯାଇଥିଲା।

ad-week
Leave A Reply

Your email address will not be published.