୧୫ରେ ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧି, ୧୬ରେ ମଲ୍ଲିକାର୍ଜୁନ ଖଡଗେ

add-all

ଭୁବନେଶ୍ବର: ବିଜେପି ଭଳି କଂଗ୍ରେସ ମଧ୍ୟ ଓଡିଶା ଉପରେ ଜୋର୍ ଦେଉଛି। ବିଜେଡି ବିରୋଧରେ ଗୋଟିଏ ଜନ ବିରୋଧୀ ନାରା ତେଜିଛି ବୋଲି କଂଗ୍ରେସ ବାରମ୍ବାର କହି ଆସୁଛି। ଆଉ ଏହି ଧାରାରେ ଦଳର ଶୀର୍ଷ ନେତା ରାହୁଲ ଗାନ୍ଧୀ, ଦଳର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରଚାର ପାଇଁ ଆସିବେ ବୋଲି ଦଳ ପକ୍ଷରୁ କୁହାଯାଇଛି।

ରାହୁଲ ଗାନ୍ଧି ୧୫ ତାରିଖରେ ବଲାଙ୍ଗିରରେ ଜନସଭାରେ ଯୋଗ ଦେବେ। ସେହିପରି ପରଦିନ ଅର୍ଥାତ ୧୬ ତାରିଖରେ କନ୍ଧମାଳରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଜନସଭାରେ ଯୋଗଦେବେ । ଭୁବନେଶ୍ବରରେ ପ୍ରେସମିଟ୍‌ ମଧ୍ୟ କରିବାର କାର୍ଯ୍ୟକ୍ରମ ରହିଛି ।ସେହିପରି ଆସନ୍ତାକାଲି ଜୟରାମ ରମେଶ ଭୁବନେଶ୍ବରରେ ପ୍ରେସମିଟ୍‌ କରିବେ ଏନେଇ ସୂଚନା ଦେଲେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ।

ଉଲ୍ଲେଖଯୋଗ୍ୟ, ଓଡିଶାରେ ଆଜି ଗୋଟିଏ ପର୍ଯ୍ୟାୟରେ ମତଦାନ ଚାଲିଥିବା ବେଳେ ସାରା ଦେଶରେ ସାଧାରଣ ନିର୍ବାଚନ ଏକ ପ୍ରକାର ଅଧା ହୋଇଛି। ବିଜେପି ଏବେ ଦଳର କେନ୍ଦ୍ରୀୟ ନେତାଙ୍କୁ ଆଣି ଜୋରଦାର ପ୍ରଚାର କରାଉଛି। ନିଜ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ତୃତୀୟ ଥର ପାଇଁ 20ରେ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି। ତିନୋଟି ସ୍ଥାନରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହ ଦଳର ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି।

ad-week
Leave A Reply

Your email address will not be published.