
ହିଞ୍ଜିଳିକାଟୁ : ସାଧାରଣ ନିର୍ବାଚନ ପାଇଁ ଆସନ୍ତା ୨୦ ତାରିଖରେ ଆସିକା ଲୋକ ସଭା ଆସନ ଏବଂ ଏହା ଅଧୀନ ୭ଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ନିର୍ବାଚନ ସମୟରେ ମତଦାନରେ ପୋଷ୍ଟାଲ ବାଲାଟ ମହତ୍ତ୍ବପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରେ ।ତେବେ ନିର୍ବାଚନ ଦାୟିତ୍ୱରେ ରହିଥିବା ସରକାରୀ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି । ନିର୍ବାଚନ ପରିଚାଳନା ଦାୟିତ୍ୱରେ ରହୁଥିବା କାରଣରୁ ସେମାନଙ୍କ ପାଇଁ ପୂର୍ବରୁ ମତଦାନ ବ୍ୟବସ୍ଥା କରିଛନ୍ତି ନିର୍ବାଚନ ଆୟୋଗ। ସେହିପରି ବରିଷ୍ଠବ୍ୟକ୍ତି, ଶାରିରୀକ ଅକ୍ଷମ ଏଵଂ ,୮୫ ବର୍ଷରୁ ଅଧିକ ବୟସ୍କ ଭୋଟର ଙ୍କ ନିମନ୍ତେ ମଙ୍ଗଳବାର ହିଞ୍ଜିଳିକାଟୁ ପୌରପରିଷଦର ୩ ଜଣ ଓ ବ୍ଳକ ର ବୟସ୍କଙ୍କ ଘରକୁ ଯାଇ ପୋଷ୍ଟାଲ ବାଲାଟ ହୋମ ଭୋଟିଙ୍ଗ ମତଦାନ ବ୍ୟବସ୍ଥା କରାଯାଇଛି । ହିଞ୍ଜିଳିକାଟୁ
ପୌରପରିଷଦ ର ରାଜାସାହି ର ବରିଷ୍ଠ ଭୋଟର ରାମକୃଷ୍ଣ ବେହେରା( ୧୦୪), କେଉଟ ସାହି ମାଳତି ବେହେରା ( ୯୦) ଓ ଆଙ୍କୋରଡା ଗ୍ରାମ ଲାଲ ବାହାଦୁର ମାର୍ଗ ର ଅର୍ଜୁନ ନାହାକ( ୧୦୨) ମତଦାନ କରିଛନ୍ତି । ସେହିପରି ହିଞ୍ଜିଳିକାଟୁ ବ୍ଳକ ର ୨୪ ଜଣ ବରିଷ୍ଠ ନିଜର ମତଦାନ ପୋଷ୍ଟାଲ ବାଲାଟ ହୋମ ଭୋଟିଙ୍ଗ ମାଧ୍ୟମରେ ମତଦାନ କରିଥିବା ଜଣାପଡିଛି। ମଙ୍ଗଳବାର ପୋଷ୍ଟାଲ ବାଲାଟ ହୋମ ଭୋଟିଙ୍ଗ ମତଦାନ କାର୍ଯ୍ୟକ୍ରମ ରେ ଭାରତୀୟ ପ୍ରସାଶନିକ ସେବା ଅଧିକାରୀ ଡ଼ ଆର୍ଥୀ ଏମ ସାଧାରଣ ନିର୍ବାଚନର ନିରପେକ୍ଷତା ଉପରେ ପର୍ଯ୍ୟାବେକ୍ଷକ ଭାବେ ଆସି ତଦାରଖ କରିଥିଲେ। ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଯୁବୁଲି ଚରଣ ବେହେରା, ବ୍ଳକ ବିଡ଼ିଓ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓ, ହିଞ୍ଜିଳିକାଟୁ ପୌରପରିଷଦ କନିଷ୍ଠ ଯନ୍ତ୍ରୀ ଦିଲିପ କୁମାର ମିଶ୍ର, ହିଞ୍ଜିଳିକାଟୁ ଥାନା ଏସ ଆଇ ସୁନିଲ କୁମାର କଣ୍ଡଗୋରୀ,୧୨୯ନଂ ବୁଥ ର ପୋଲିଂ ଅଧିକାରୀ,ବିଏଲ ଓ ଶିବରାମ ଦଳାଇ, ସିଆରସିସି ଅଖିଳ କୁମାର ପଣ୍ଡା,ଅଙ୍ଗନବାଡ଼ି କର୍ମୀ ସସ୍ମିତା ଦାସ ପ୍ରମୁଖ ଉପସ୍ଥିତ ରହି ମତଦାନ ବ୍ୟବସ୍ଥା ରେ ଅଂଶ ଗ୍ରହଣ କରିଥିଲେ ।