ହିଞ୍ଜିଳିରେ ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ଓଲିଉଡ ତାରକାଙ୍କ ନିର୍ବାଚନ ପ୍ରଚାର

add-all

ହିଞ୍ଜିଳିକାଟୁ ୧୪/୫ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବିଧାନ ସଭା ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ରେ ଓଲିଉଡ ତାରକା ସବ୍ୟସାଚୀ ମହାପାତ୍ର ଓ ଅର୍ଚ୍ଚିତା ବିଜୁ ଜନତା ଦଳ ପାଇଁ ନିର୍ବାଚନ ପ୍ରଚାର କରିଛନ୍ତି । ଆସିକା ଲୋକସଭା ବି ଜେ ଡି ଦଳୀୟ ପ୍ରାର୍ଥୀ ରଞ୍ଜିତା ସାହୁ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପ୍ରଚାର ନେଇ ଓଲିଉଡ ତାରକା ଆସି ମଙ୍ଗଳବାର ହିଞ୍ଜିଳିକାଟୁ ପୌରପରିଷଦ ପୁର୍ତ୍ତ ବିଭାଗ ଡାକବଙ୍ଗଳା ଛକ ଠାରୁ ଆରମ୍ଭ କରି ଆର ଏମ ସି ଛକ ପର୍ଯ୍ୟନ୍ତ ହିଞ୍ଜିଳିକାଟୁ ପୌରପରିଷଦ ର ସମସ୍ତ ୱାର୍ଡ ଵୁଲିବା ସହ ହିଞ୍ଜିଳିକାଟୁ ବ୍ଲକ୍ ର ବିଭିନ୍ନ ଗ୍ରାମ ବୁଲିବା ପରେ ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ଓଲିଉଡ ତାରକାଙ୍କ ନିର୍ବାଚନ ପ୍ରଚାର ରୋଡ ସୋ କରିଛନ୍ତି।ସବ୍ୟସାଚୀ ମହାପାତ୍ର ଏବଂ ଅର୍ଚ୍ଚିତା ଦୁଇ ଜଣ ବିଶାଲ ମୋଟର ସାଇକେଲ ରାଲି ରେ ଯୋଗ ଦେଇ ବିଜେଡି ଦଳୀୟ ପ୍ରାର୍ଥୀମାନଙ୍କ ସପକ୍ଷରେ ଭୋଟ ମାଗିଥିଲେ। ହିଞ୍ଜିଳିକାଟୁ ପୌରପରିଷଦ ଓ ବ୍ଲକର ବିଭିନ୍ନ ଗ୍ରାମକୁ ଯାଇ ଭୋଟର ମାନଙ୍କୁ ବିଧାୟକ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓ ଲୋକସଭା ପ୍ରାର୍ଥୀ ରଞ୍ଜିତା ସାହୁ ଙ୍କୁ ବହୁ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ଅନୁରୋଧ କରିଥିଲେ ।

ad-week
Leave A Reply

Your email address will not be published.