ମା ନାରାୟଣୀ ଯାତ୍ରାର ପଞ୍ଚମ ଦିବସ : ଭଜନରେ କମ୍ପିଲା ମଣ୍ଡପ

add-all

ଫୁଲବାଣୀ : ଫୁଲବାଣୀ ମା ନାରାୟଣୀ ଯାତ୍ରାର
ପଞ୍ଚମ ଦିବସ ସଂକ୍ରାନ୍ତି ପଡିଥିବାରୁ ମାଙ୍କର ବିଶ୍ରାମ ଦିବସ l ସନ୍ଧ୍ୟାରେ ବନବାସୀ ଭଜନ ସନ୍ଧ୍ୟା ବାଲିଗୁଡ଼ା ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଭାବେ ମାଙ୍କ ପୂଜକ ମାନେ ଶୁଭ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମା ନାରାୟଣୀ ଯାତ୍ରା ପରିଚାଳନା କମିଟିର ସଭାପତି ପି ସୁଧାଂଶୁ ସେନାପତି,ସମ୍ପାଦକ ଦୂର୍ଗା ପ୍ରସାଦ ତ୍ରିପାଠୀ, ଉପସଭାପତି ସୁଜିତ୍ ବେହେରା,ସାଂସ୍କୃତିକ ସମ୍ପାଦକ ଭି. ଲୋକନାଥ ରାଜୁ,କାର୍ଯ୍ୟକାରୀ ସଦସ୍ୟ ସୁରେଶ ମହାନ୍ତି, ଭି ଜଗନ୍ନାଥ ରାଜୁ, କୈଳାଶ ଚନ୍ଦ୍ର ଧଳ, ଆଲୋକ ସେନାପତି ପ୍ରମୂଖ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମକୁ ଅଶୋକ ମହାନ୍ତି ପରିଚାଳନା କରିଥିଲେ।ପ୍ରାୟ ହଜାର ହଜାର ଭକ୍ତ ମାଙ୍କ ଦର୍ଶନ କରିବା ସହ ଭଜନ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ । ଏଥି ସହିତ ନାରାୟଣୀ ଆଳତି ବାହିନୀଙ୍କ ଦ୍ଵାରା ଆଳତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

ad-week
Leave A Reply

Your email address will not be published.