
ଫୁଲବାଣୀ : ଦିନକୁ ଦଶ ରୁ ବାର ଘଣ୍ଟା ଅକ୍ଲାନ୍ତ ପରିଶ୍ରମ ବଳରେ ସିବିଏସଇ ପରୀକ୍ଷାରେ ପବ୍ଲିକ ସ୍କୁଲ ଫୁଲବାଣୀର ଛାତ୍ରୀ ପ୍ରିୟଦର୍ଶିନୀ ବେହେରା ୯୭% ରଖି ବିଦ୍ୟାଳୟ ସହିତ ଜିଲ୍ଲାରେ ଟପର ହୋଇଛନ୍ତି l କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମାର ନାରାୟଣୀ ରୋଡ ନିକଟସ୍ଥ ସିବିଏସର ପ୍ଲବିକ ଇଂଲିଶ ମିଡିୟମ ସ୍କୁଲ ରହିଛି। ଏହି ବିଦ୍ୟାଳୟରେ ଉତ୍ତମ ଶିକ୍ଷକ, ଶିକ୍ଷୟତ୍ରୀଙ୍କ ଦ୍ଵାରା ଶିକ୍ଷାଦାନ ସହ ଖେଳ କୁଦ ର ମଧ୍ଯ ଉତ୍ତମ ଶିକ୍ଷା ଦିଆଯାଏ l ଏହି ବିଦ୍ୟାଳୟକୁ ପରିଚାଳନା କରୁଛନ୍ତି ବିଶିଷ୍ଟ ସାମାଜ ସେବୀ ବିପ୍ରଚରଣ ପାତ୍ର l
ତାଙ୍କର ସହଯୋଗରେ ଏବଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରେରଣାରେ ଆଜି ଟପର ହୋଇ ପାରିଛନ୍ତି ଦଶମ ଶ୍ରେଣୀରେ l ୯୭% ଅର୍ଥାତ ୫୦୦ ରୁ ୪୮୫ ନମ୍ବର ରଖି ପ୍ରଥମ ସ୍ଥାନ ହାସଲ କରିଛନ୍ତି ପ୍ରିୟଦର୍ଶିନୀ ବେହେରା l
ସେ ଏଲକେଜି ରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ହଜାରରୁ ଉର୍ଦ୍ଧ୍ଵ ମାନପତ୍ରର ମଧ୍ଯ ଅଧିକାରିଣୀ ହୋଇଛନ୍ତି l ବହୁ ଥର ସେ ବେଷ୍ଟ ଅଫ ଦି ଇୟର ପୁରସ୍କାର ପାଇଛନ୍ତି l ତାଙ୍କ ପିତା ଫୁଲବାଣୀ ର ଜଣାଶୁଣା ବରିଷ୍ଠ ଶିକ୍ଷକ ମଦନ ମୋହନ ବେହେରା ଓ ମାତା ସୌଦାମିନି ଦିଗାଲ ମଧ୍ଯ ଶିକ୍ଷୟତ୍ରୀ ଅଟନ୍ତି l ଭବିଷ୍ୟତରେ ସେ ଭାରତୀୟ ପ୍ରଶାସନିକ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ସ୍ଥିର କରିଛନ୍ତି । ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଛନ୍ତି l