
ଫୁଲବାଣୀ: ବିଜେଡି ସାଂସଦ ପ୍ରାର୍ଥୀ ଡଃ ଅଚ୍ୟୁତ ସାମନ୍ତ ଓ ଫୁଲବାଣୀ ବିଧାନସଭା ନିର୍ବାଚନ ମଣ୍ଡଳୀ ବିଧାୟିକା ପ୍ରାର୍ଥୀନୀ ଶ୍ରୀମତୀ ଜୟଶ୍ରୀ କହଁରଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇଜୟଯୁକ୍ତ କରିବା ପାଇଁ ନିକଟରେ ବିଜେଡିରେ ଯୋଗ ଦେଇଥିବା ସମାଜସେବୀ, ତଥା ସଂଗଠକ, ରାଧା ମୋହନ ସୋମବାର ଫିରି ଙ୍ଗିଆ ଅନ୍ତର୍ଗତ ବିଭିନ୍ନ ଗ୍ରାମକୁ ଯାଇସେଠାରେ ଗ୍ରାମବାସୀ, ମହିଳାସ୍ଵୟଂ ସହାୟିକା ଗୋଷ୍ଠୀ, ଯୁବକସଙ୍ଘ ସଦସ୍ୟଙ୍କୁ ଭେଟିବା ସହ ନବୀନ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା କାର୍ଯ୍ୟକାରୀ ସମ୍ପର୍କରେ କହିବା ସହ ଆଗାମୀ କୋଡିଏ ତାରିଖ ଦିନ ହେବାକୁ ଥିବା ସାଧାରଣ ନିର୍ବାଚନରେ ଶଙ୍ଖ ଚିହ୍ନରେ ବିଜେଡିକୁ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ଲାଗି ମୁଖ୍ୟମନ୍ତ୍ରୀ ପଦରେ ବସାଇବା ଲାଗି ବିଜେଡି ନେତା ମହାପାତ୍ର ଅନୁରୋଧ କରିଥିଲେ। ବିଜେଡି ନେତା ମହାପାତ୍ର ଙ୍କ ସହ ବିଧାନସଭା ପ୍ରାର୍ଥୀ ଜୟଶ୍ରୀ କଂହର ମଧ୍ୟ ଘରକୁ ଘର ବୁଲି ନିଜସ୍ଵ ପକ୍ଷରେ ଭୋଟ ପ୍ରଚାର କରୁଥିବା ଦେଖାଯାଇଥିଲା ଲୋକେ ବିଜେଡିକୁ ଆନ୍ତରିକତାର ସହ ସମର୍ଥନ ଜଣାଉଥିବା ଶ୍ରୀ ମହାପାତ୍ର କହିଛନ୍ତି ।ଫିରିଙ୍ଗିଆ ବ୍ଲକ ପରେ ସେ ଚକାପାଦ ବ୍ଲକର ବିଭିନ୍ନ ଗ୍ରାମକୁଯାଇ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ପ୍ରଚାର କରିବେ ବୋଲି କହିଛନ୍ତ ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଫୁଲବାଣୀ ଓ ଖଜୁରୀପଡା ବ୍ଲକଅଂଚଳର ବିଭିନ୍ନ ପଂଚାୟତ ଓ ଗ୍ରାମ କୁ ଯାଇ ମାରାଥନ ପ୍ରଚାର କରିସାରିଛନ୍ତି ।ଭୋଟର ବି ଜେଡି ପ୍ରତି ଆଗ୍ରହ , ସହଯୋଗ , ଭଲପାଇବାକୁ ଦେଖ୍ ବିଜେଡି ଚଳିତ ନିର୍ବାଚନ ରେ ଲୋକସଭା ଆସନ ସହ ଲୋକସ ଅନ୍ତର୍ଗତ ୭ ଗୋଟି ବିଧାନସଭା ଆସନରେ ବହୁମତରେ ବିଜୟୀ ହେବ ବୋଲି ବିଜେଡି ନେତା ରାଧାମୋହନ ଓ ପ୍ରାର୍ଥୀ ଜୟଶ୍ରୀ କହଁର ଆଶା ପ୍ରକଟ କରିଛନ୍ତି ।