ଦୁବାଇ-ଇଟାଲୀକୁ ଆମ୍ବ ରପ୍ତାନି କଲା ଓଡ଼ିଶା

add-all

ଢେଙ୍କାନାଳ,୧୫ା୫: ଜିଲାରେ ଜଳବାୟୁ ଏବଂ ଜୈବିକ ପଦ୍ଧତି ଆମ୍ବ ଚାଷ ନିମନ୍ତେ ଅତ୍ୟନ୍ତ ଉପାଦେୟ ହେଉଥିବାରୁ ଏହାର ନିଆରା ସ୍ୱାଦ ପାଇଁ ଦେଶ, ରାଜ୍ୟ ଓ ରାଜ୍ୟ ବାହାରେ ନିଜର ସ୍ୱତନ୍ତ୍ର ଚାହିଦା ସୃଷ୍ଟି କରିପାରିଛି। ଢେଙ୍କାନାଳରେ ପ୍ରତିଷ୍ଠିତ ୧୦ କୋଟି ଟଙ୍କା ବ୍ୟୟରେ ମ୍ୟାଙ୍ଗୋ ହବ୍‌‌ ଜରିଆରେ ଏଠାକାର ଆମ୍ବକୁ ବାହାରକୁ ପଠାଇ ବିକ୍ରି କରାଯାଉଛି।

ଚଳିତ ବର୍ଷ ମଧ୍ୟ ଢେଙ୍କାନାଳରେ ପ୍ରଚୁର ଆମ୍ବ ଅମଳ ହୋଇଛି। ବିଦେଶରେ ଏହି ଆମ୍ବର ଚାହିଦାକୁ ଦୃଷ୍ଟିରେ ରଖି ନିକଟରେ ଦୁବାଇ ଏବଂ ଇଟାଲୀକୁ ୧୨୦୦ କିଲୋଗ୍ରାମ ଅମ୍ରାପାଲି ଏବଂ ଦାଶେରି ଆମ୍ବ ରପ୍ତାନି କରାଯାଇଛି। ଫଳରେ ଓଡ଼ିଶାର ଏହି ମଧୁର ସ୍ୱାଦ ବର୍ତ୍ତମାନ ସାରା ବିଶ୍ୱ ଉପଭୋଗ କରୁଛି।

ad-week
Leave A Reply

Your email address will not be published.