୧୭ ତାରିଖରେ ଓଡ଼ିଶା ଆସିବେ ହେମା

add-all

ଭୁବନେଶ୍ୱର,୧୫ା୫: ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ବେଶ୍‌ ସରଗରମ ହୋଇପଡ଼ିଛି। କେନ୍ଦ୍ରରୁ ଓଡ଼ିଶାକୁ ଭାଜପାର ହେଭିଓ୍ବେଟ୍‌ ନେତା ଘନଘନ ପ୍ରଚାରରେ ଆସୁଛନ୍ତି।  ବଲିଉଡ୍‌ ଅଭିନେତ୍ରୀ ତଥା ଏମ୍‌ପି ହେମାମାଳିନୀ ମଧ୍ୟ ଓଡ଼ିଶା ଆସିବେ। ଆସନ୍ତା ୧୭ ତାରିଖରେ ହେମାମାଳିନୀ ଓଡ଼ିଶାର ୩ଟି ସ୍ଥାନରେ ପ୍ରଚାର କରିବେ। ସେ ଉତ୍ତର ଭୁବନେଶ୍ୱର ଓ କଟକ କିଶନନଗରରେ ସଭା କରିବେ। ପିପିଲିରେ ମଧ୍ୟ ରୋଡ୍‌ ଶୋ’ କରିବେ। ଏନେଇ ଭାଜପା ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.