କଦମଫୁଲ ସାହିତ୍ୟସଂସଦର ବାର୍ଷିକ ଉତ୍ସବ

add-all

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଗୋପାଳଜୀ ଯୋଗାଶ୍ରମ ପରିସରରେ କଦମ ଫୁଲ ସାହିତ୍ୟ ସଂସଦର ବାର୍ଷିକୋଉତ୍ସବ ହୋଇ ଯାଇଛି | ଏହି ଅବସରରେ ଏକ କୋଶଲି କବିତା ଆସର ହୋଇଥିଲା | କବି ଯୁଧିଷ୍ଠିର ଖମାରୀଙ୍କ ଦ୍ୱାରା ସମ୍ପାଦିତ ପୁସ୍ତକ “କଦମ ଫୁଲ, ତଥା ସତ୍ୟ ନାରୟଣ ବହିଦାର ଙ୍କ ଜୀବନୀ ପୁସ୍ତକ ଲୋକର୍ପିତ କରା ଯାଇଥିଲା |

ପଙ୍କଜ ଖମାରୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ଡ଼. ଅନିରୁଦ୍ଧ କୁରକୁରିଆ ମୁଖ୍ୟ ଅତିଥିଭାବେ ଏବଂ ଡ଼. ସନ୍ତୋଷ ପାଢ଼ୀ, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ଏଥିରେ ଅନ୍ୟତମ ଅତିଥି ଭାବେ ଆର୍ତ୍ତ ତ୍ରାଣ ବାବୁ, କବି ଅଖୋଜ ଷଣ୍ଢ ଯୋଗ ଦେଇ ଥଲେ | ସାମ୍ବାଦିକ ଗୋରେଖ ନାଥ ସାହୁ, ମୁଖ୍ୟବକ୍ତା ଭାବେ ଯୋଗ ଦେଇ କୋଶଲି ଭାଷା ଓ ସଂସ୍କୃତି ଉକୃଷ୍ଟ ସମ୍ପର୍କ ରେ ଆଲୋଚନା କରିଥିଲେ |

କାର୍ଯ୍ୟକ୍ରମ ରେ ସୌମିତ୍ରୀ କର୍ଣ୍ଣ, ସ୍ୱାଗତ ଭାଷଣ ଦେଇଥିଲେ | ଅଧିବେଶନର ଦ୍ୱିତୀୟ ଚରଣ ଲେଖକ ଯୋଗୀନ୍ଦ୍ର ପ୍ରସାଦ ପଣ୍ଡା, କରୁଣାକର ଘଣ୍ଟୁଆଲ, କମ୍ଭୁ ଧର ସୁନା, ମଞ୍ଚାସୀନ ଥିଲେ | ଉଭୟ ଅଧିବେଶନ କୁ ରାଧେଶ୍ୟାମ ମିଶ୍ର, ଓ ସନ୍ତୋଷସିନୀ ନାୟକ, ସଂଯୋଜନା କରି ଥିଲେ | କୃପା ସିନ୍ଧୁ ମହାକୁର, ଓ ଶାନ୍ତନୁ କୁମାର କର୍ଣ୍ଣ ଧନ୍ୟବାଦ ଦେଇ ଥିଲେ | ସନ୍ତୋଷ ଅଦାବର ଙ୍କୁ ସାହିତ୍ୟ ଓ ବଂଶୀଧର ରଣା କଳା ସମ୍ମାନରେ ସମ୍ମାନିତ କରା ଯାଇଥିଲା | କବି ଗଜାନନ ସାଥୁଆ, ପ୍ରଲ୍ଲାହ ନାୟକ, ଶୁଭେନ୍ଦୁ ମେହେର, ପ୍ରଭାତ କୁମାର ଖମାରୀ, ଧ୍ରୁବ ଚରଣ ନାୟକ, ବଳରାମ ଡାଙ୍ଗ, କିଣୁ ଜଗଦଲା, ରଞ୍ଜନ କୁମାର ସା, ଟଙ୍କଧର ବାରିକ, ପ୍ରମୁଖ ସହ ପଚାଶ ଜଣ ସ୍ୱରଚିତ କବିତା ପାଠ କରି ଥିଲେ |

ad-week
Leave A Reply

Your email address will not be published.