ଖଲ୍ଲିକୋଟ ଓ ପୋଲସରା ରେ ନିର୍ବାଚନୀ ହିଂସା ନିସର୍ତ୍ତ କଥା ସତ ହେଲା ମୁଣ୍ଡବି ଗଡ଼ିଲା ଗୁଳିବି ଫୁଟିଲା …….!
ପୋଲିସ କୁ ଦିଆ ଚାଲିଛି ଖୋଲା ଚ୍ୟାଲେଞ୍ଜ….!


ଅଶାନ୍ତ ଆସିକା ସାଂସଦୀୟ କ୍ଷେତ୍ର…
ବ୍ରହ୍ମପୁର: ୧୬- ୫ ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଓ ପୋଲସରା ରେ ନିର୍ବାଚନୀ ହିଂସା ଦେଖି ବାକୁ ମିଳିଛି। ବିଜେଡ଼ି ବିଜେପି ମଧ୍ୟରେ ଗୋଷ୍ଟି ସଂଘର୍ଷ ଜଣେ ବିଜେପି କର୍ମୀ ମୃତ ହୋଇଥିବା ଖବର ମିଳିଛି । ପୋଲସରା ରେ ଗୁଳି ମାଡ଼ରେ ବିଜେଡ଼ି କର୍ମୀ ଆହତ। ଖଲ୍ଲିକୋଟ, ପୋଲସରା, ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ନିର୍ବାଚନୀ ହିଂସା ଘଟିବା ର ସମ୍ଭାବନା ବୋଲି ନିସର୍ତ୍ତ ପୂର୍ବରୁ ଅନୁମାନ କରି ଖବର ବାରମ୍ବାର ପ୍ରକାଶ କରିଥିଲା। ଗତ ବୁଧବାର ଦିନ ଖଲ୍ଲିକୋଟ ଥାନା ଅଞ୍ଚଳ ଶ୍ରୀକୃଷ୍ଣ ଶରଣ ପୁର ଗ୍ରାମରେ ପୋଷ୍ଟର ମାରିବାକୁ ନେଇ ପ୍ରଥମେ ବିଜେପି ବିଜେଡ଼ି ମଧ୍ୟରେ ଗଣ୍ଡୋ ଗୋଳ ପରିସ୍ଥିତି ସୃଷ୍ଟି ହୋଇ କଥା କଟା କଟି ହୋଉଥିଲା। ଏହା ଧିରେ ଧିରେ ବଢ଼ି ଉଗ୍ରରୂପ ନେଇ ଥିଲା। ବିଜେପି ବିଜେଡ଼ି ଗୋଷ୍ଟି ର କର୍ମୀ ମାନେ ମେଳି ବାନ୍ଧି ମୁହାଁ ମୁହିଁ ହୋଇ ମରଣାସ୍ତ୍ର ରେ ଆକ୍ରମଣ ପ୍ରତି ଆକ୍ରମଣ ହୋଇଥିଲେ। ଉଭୟ ଗୋଷ୍ଠିର ଆଠ ଜଣରୁ ଉର୍ଦ୍ଧ ଆହତ ହୋଇଥିଲେ। ଖଲ୍ଲିକୋଟ ରେ ପ୍ରାଥମିକ ଚିକିତ୍ସା କରିବା ପରେ ବ୍ରହ୍ମପୁର ବଡ଼ ଡାକ୍ତର ଖାନା କୁ ଆହତ ମାନଙ୍କୁ ସ୍ଥାନାନ୍ତର କରଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ବିଜେପି ସମର୍ଥିତ ଦିଲ୍ଲିପ ପାହାଣ ଙ୍କ ମୃତ ଘଟିଥିଲା। ଆଜି ବିଜେପି ପକ୍ଷରୁ ଜାତୀୟ ରାଜପଥ ରେ ଧାରଣା ଦିଆଯାଇଥିବା ଜଣା ପଡିଛି। ଗ୍ରାମରେ ଉତ୍ତେଜନା ଲାଗିରହିଛି। ଆଜି ମଧ୍ୟାନ୍ନରେ ପୋଲସରା ର ତୋଟା ସାହିରେ ଗୁଳିକାଣ୍ଡ ଘଟିଛି। ବିଜେଡ଼ି ସମର୍ଥିତ ଗଣେଶ ଖଟେଇ ଛିଡା ହୋଇଥିବା ବେଳେ ତାଙ୍କୁ ପଛ ପଟରୁ ଗୁଳିମାଡ଼ ହୋଇଥିଲା।ତାଙ୍କ ବେକରେ ସାମାନ୍ୟ ଆଘାତ ଲାଗିଛି। ପ୍ରକାଶ ଥାଉକି ଗଞ୍ଜାମ ଜିଲ୍ଲାର ପ୍ରାର୍ଥୀ ମାନଙ୍କ ଘୋଷଣା ହେଉ ହେଉ ନିସର୍ତ୍ତ ଖଲ୍ଲିକୋଟ, ପୋଲସରା ଓ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ପର୍ଶକତା ରେ ରହିବା ସହ ମୁଣ୍ଡ ଗଡ଼ିବାର ସମ୍ଭାବନା ରହିଛି, ବୋଲି ଖବର ପ୍ରକାଶ ପାଇଥିଲା। ଏହି କଥାକୁ ପ୍ରଶାସନ ଯଦି ଗୁରୁତ୍ୱ ଦେଇଥାନ୍ତା ତାହା ହେଲେ ଆଜି ମୁଣ୍ଡ ଗଡ଼ିନଥାନ୍ତା। ପୋଲିସ ର ଅପାରଗତା ଯୋଗୁଁ ଆଜି ଗୋଟେ ମୁଣ୍ଡ ଗଡିଯାଇଛି ବୋଲି ଚର୍ଚ୍ଚା ହେଉଛି। ଆସିକା ସଂସଦୀୟ କ୍ଷେତ୍ରର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ନିର୍ବାଚନୀ ହିଂସା ଘଟିଛି।ଗଞ୍ଜାମ ଜିଲ୍ଲାରେ ଆଉ ଚାରି ଦିନ ପରେ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବ। ଏବେ ଠାରୁ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି। ଗଞ୍ଜାମ ଜିଲ୍ଲାରେ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କେବଳ ଧର୍ମକୁ ଆଖିଠାର ସଦୃଶ୍ୟ ହୋଇଛି। ନିର୍ବାଚନ ଯେତେ ପାଖେଇ ଆସିବ ନିର୍ବାଚନ ହିଂସା ବଢିବା ସମ୍ଭାବନା ରହିଛି ଯାହାକି ପୋଲିସ ର ଢିଲା ପାଇଁ ଏହି ପରି ଘଟଣା ଦେଖିବାକୁ ମିଳୁଛି, ଏବେବି ସମୟ ଅଛି ନଚେତ ଆଗାମୀ ଦିନରେ ପୋଲସରା ଓ ଖଲ୍ଲିକୋଟ ନିର୍ବାଚନୀ ମଣ୍ଡଳୀ ରେ କେତେଯେ ମୁଣ୍ଡ ଗଡିବ ତାହାର ହିସାବ ପୋଲିସ ପାଖରେ ବି ନଥିବ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ଜନ ସାଧାରଣ ମଧ୍ୟରେ ଭୟର ବାତାବରଣ ଦେଖାଗଲାଣି କେତେବେଳେ କଣ ଘଟିବ କିଛିବି କହି ହେବ ନାହିଁ l ଆରମ୍ଭରୁ ଉଭୟ ଖଲ୍ଲିକୋଟ ଏବଂ ପୋଲସରା ରେ ଗୋଷ୍ଠୀ କନ୍ଦଳ ରହିଥିବା ବେଳେ ବିଜେଡି ସବୁ ଜାଣି ପୁଣି ଏହି ଦୁଇ ନିର୍ବାଚନ ମଣ୍ଡଳୀ ରେ ଟିକଟ ରିପିଟ କଲା ତେଣୁ ପାଉଁଶ ତଳର ନିଆଁ ଏବେ ପଦାକୁ ଆସିଲେଣି l ୩ ମୁଷ୍ଟିମେୟ ବ୍ୟକ୍ତି ବର୍ତ୍ତମାନ କଳ, ବଳ, କୌଶଳ ରେ ନିର୍ବାଚନ ଜିତିବା ବାଟ କୁ ଆପଣଇଲେଣି ଟଙ୍କା ଓ ମଦ ଦ୍ଵାରା ଲୋକଙ୍କୁ ଆପଣାଇ ଲେଣି l ଏମାନଙ୍କ ପାଇଁ କେତେଜେ ନିରୀହ ମୁଣ୍ଡ ଗଡିବ ତାହା ସମୟ କହିଁବ ତେଣୁ ରାଜ୍ୟ ପୋଲିସ ଏଥି ପ୍ରତି ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ଓ ସାଧାରଣ ରେ ଅନୁରୋଧ କଲେଣି l ଆସିକା ସାଂସଦୀୟ କ୍ଷେତ୍ର ବର୍ତ୍ତମାନ ଅଶାନ୍ତ କହିଲେ କିଛିବି ଭୁଲ ହେବ ନାହିଁ ପୋଲିସ ପାଇଁ ଏହା ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବ ଏହା ସହିତ ନିର୍ବାଚନ ପାଇଁ ଯାଇଥିବା ପୁଲିଙ୍ଗ ଅଫିସର ମାନଙ୍କ ଜୀଵନ ପ୍ରତି ମଧ୍ୟ ବିପଦ କୁ ଏଡାଇ ଦିଆନଯାଇପାରେ l ତେଣୁ ଏହା ପ୍ରତି ମଧ୍ୟ ଜିଲ୍ଲା ପ୍ରଶାସନ ଧ୍ୟାନ ଦେବା ଜରୁରୀ ହୋଇ ପଡିଛି l ତେଣୁ ଜିଲ୍ଲା ପୋଲିସ ପ୍ରଶାସନ ଏବଂ ରାଜ୍ୟ ପ୍ରଶାସନ ଏହାକୁ ଗଭୀରତା ସହିତ ଚିନ୍ତା କରିବାକୁ ସମୟ ଆସି ଯାଇଛି ବୋଲି ସଚେତନ ନାଗରିକ ଚିନ୍ତା ପ୍ରକଟ କଲେଣି.. I