
ଫୁଲବାଣୀ : ଫୁଲବାଣୀ ରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଗୁଦାରୀ ଏୟାରଷ୍ଟ୍ରିପରେ ଗୁରୁବାର ଅପରାହ୍ଣ ୩ଟା୩୦ରେ ପହଞ୍ଚିବା ପରେ ଏକ ଶୋଭା ଯାତ୍ରାରେ କରୋନେସନ ପଡିଆ ପର୍ଯ୍ୟନ୍ତ ଆସି ସେଠାରେ ଏକ ଜନସଭାକୁ ସମ୍ବୋଧିତ କରିବେ ଖଡ ଗେ l ଖଡଗେଙ୍କ ସହ ତେଲେଙ୍ଗାନା ଉପମୁଖ୍ୟ ମନ୍ତ୍ରୀ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି I ଆଜି ସ୍ଥାନୀୟ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସମ୍ମିଳନୀରେ ଏ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପରେ କଂଗ୍ରେସ ଅଧ୍ଯକ୍ଷ ମଲ୍ଲିକାର୍ଜୁନଙ୍କ ନିର୍ବାଚନୀ କାର୍ଯ୍ୟକ୍ରମ ନେଇ ଫୁଲବାଣୀରେ ରାଜନୈତିକ ମାହୋଲ ପୁଣି ସରଗରମ ହୋଇଛି । କଂଗ୍ରେସ ପକ୍ଷରୁ ଖଡଗେଙ୍କ କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କାର୍ଯ୍ୟକ୍ରମରେ କନ୍ଧମାଳ ଲୋକସଭା ସାଂସଦ ପ୍ରାର୍ଥୀଙ୍କ ସମେତ ସମସ୍ତ ସାତଟି ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ଯୋଗ ଦେବେ । ଗତକାଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁଣି ଥରେ ୯ରୁ ୯୦ ଦୋହରାଇଛନ୍ତି ପିସିସି ସଭାପତି I କନ୍ଧମାଳର ସମସ୍ତ ଆସନରେ ଦଳ ବିଜୟୀ ହେବ ବୋଲି ସେ କହିଛନ୍ତି l ଜିଲ୍ଲା ସଭାପତି ଚନ୍ଦ୍ର ଶେଖର ପରିଡାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅଧୂଳ ଭାରତୀୟ କଂଗ୍ରେସ କମିଟି ସମ୍ପାଦକ ସହାନବାଜ୍ ହୁସେନ ଚୌଧୁରୀ, କନ୍ଧମାଳ ଲୋକସଭା କ୍ଷେତ୍ର ପ୍ରଭାରୀ କୁନାଳ ବାନାର୍ଜୀ, ପୂର୍ବତନ ଜିଲ୍ଲା ସଭାପତି ଅନାମ ନାୟକ, ଯୁବ କଂଗ୍ରେସ ସଭାପତି ଚନ୍ଦନ ପଣ୍ଡା, ବସନ୍ତ ପାଢ଼ୀ, ନନ୍ଦ କିଶୋର ଦାସ,ଆଇନଜିବୀ ରଜତ ମହାନ୍ତି, ବୀଜୟ ମହାନ୍ତି, ଗୌର ଚରଣ ବେହେରା, ବଳଦେବ ବେହେରା, ପ୍ରେମ୍ଚାନ୍ଦ ତ୍ରିପାଠୀ, ଘନ ଶବର, ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟ ପକ୍ଷରେ ଖଡଗେଙ୍କ ଗସ୍ତକୁ ଦୃଷ୍ଟିରେ ରଖ୍ ସଦର ଏସଡିପିଓ ସୁପ୍ରସନ୍ନ ମଲିକଙ୍କ ତତ୍ତ୍ଵାବଧାନରେ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା ନେଇ ତଦାରଖ କରିବା ସହିତ ପୋଲିସ ଫୋର୍ସ ମୁତୟନ କରାଯାଇଛି । ହଜାର ହଜାର ସଂଖ୍ୟାରେ ଲୋକ ମାନେ ଉପସ୍ଥିତ ଥିଲେ l