ଚାରିବର୍ଷରେ ୧୨୯୪ ଗର୍ଭବତୀଙ୍କୁ ସେବା ଯୋଗାଇଲାଣି ‘ମା ଗୃହ’ କଟ୍ରିଙ୍ଗିଆ

youtube

ଫୁଲବାଣୀ- ଜନ ସଚେତନତା ସୃଷ୍ଟି କରାଇ ଉପାନ୍ତ ଅଂଚଳ ଗୁଡିକରେ ସମସ୍ତ ଗର୍ଭବତୀଙ୍କୁ ଘରୋଇ ପ୍ରସବରୁ ନିବୃତ କରାଇବା ଏକ କଷ୍ଟକର ବ୍ୟାପାର । ଚିରସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲରେ ସ୍ବାସ୍ଥ୍ୟ ସେବା ଏକ ମହତ୍ଵପୂର୍ଣ୍ଣ ଦିଗ ହୋଇଥିବା ବେଳେ ସେ ମଧ୍ୟରୁ ମାତୃ ଓ ଶିଶୁ ସ୍ବାସ୍ଥ୍ୟକୁ ଗୁରୁତ୍ଵ ଦିଆଯାଉଛି ଏ ମାତୃ ଓ ଶିଶୁ ମୃତ୍ୟୁ ହାର କମାଇବାରେ ଆନୁଷ୍ଠାନିକ ପ୍ରସବର ମହତ୍ଵ ଯଥେଷ୍ଟ ଅଧିକ ରହିଛି । ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସ୍ବାତୀ’ ଓ ‘ଜାତୀୟ ସ୍ବାସ୍ଥ୍ୟ ମିଶନ’ କନ୍ଧମାଳଙ୍କ ମିଳିତ ସ‌ହ‌ଯୋଗରେ ମଈ ମାସ ୨୦୨୦ ମସିହା ଠାରୁ ଫୁଲବାଣୀ ବ୍ଲକର କଟ୍ରିଙ୍ଗିଆ ଠାରେ ଏକ ମା ଗୃହ ପରିଚାଳିତ କରି ଆସୁଛନ୍ତି ଏହି ମା ଗୃହ ଆଜି ତାର ପଂଚମ ବାର୍ଷିକ ପାଳନ କରି ସୁରକ୍ଷିତ ପ୍ରସବରେ ସୁଷମ ଆହାର ର ଗୁରୁତ୍ଵ ଶିର୍ଷକ ଏକ ଆଲୋଚନା ସଭାର ଆୟୋଜନ କରିଥିଲେ । ମହିଳା ସ୍ଵାସ୍ଥ୍ୟ ପରିଦର୍ଶିକା ସୁକାନ୍ତି ପ୍ରଧାନ ସଭାରେ ଉପସ୍ଥିତ ରହି ଅବୁଝା ଭାବେ ରହିଯାଉଥିବା ପରିବାରଙ୍କୁ ସଚେତନ କରିବା ନିମନ୍ତେ ଆଗଧାଡିର ସ୍ବାସ୍ଥ୍ୟସେବିକା/ ସେବକ ମାନେ ଆହୁରି ଅଧିକରୁ ଅଧିକ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଥିଲେ । ଅନୁଷ୍ଠାନର ବରିଷ୍ଠ କର୍ମୀ ବିଶ୍ଵରଞନ କର ଯୋଗଦେଇ ମା ଗୃହ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଆଭିମୂଖ୍ୟ ଏବଂ ଏହାର ସେବା ସମ୍ପର୍କରେ ଅବଗତ କରାଇ ଥିଲେ । ଆହୁରି ମଧ୍ୟ ସେ ଗ୍ରାମାଂଚଳରେ ଥିବା ଅନ୍ଧବିଶ୍ଵାସକୁ ଦୂରେଇ ଗର୍ଭାବସ୍ଥାରେ ବିଭିନ୍ନ ସୁଷମ ଆହାର ସେବନ କରିବା ସହ ଉପଯୁକ୍ତ ବିଶ୍ରାମ ନେବା ଓ ଅନୁଷ୍ଠାନରେ ପ୍ରସବ କରାଇବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଆଜିପର୍ଯ୍ୟନ୍ତ ଆଡିମିଶନ୍ ନେଇ ସେବା ପାଇଥିବା ୧୨୯୪ ଜଣ ଗର୍ଭବତୀଙ୍କୁ ଅନୁଷ୍ଠାନର ସମ୍ପାଦକ ହରି ଶଙ୍କର ରାଉତ୍ ସାଧୁବାଦ ଦେଇ ଅନ୍ୟ ମା ମାନଙ୍କୁ ଉତ୍ସାହିତ କରିବାକୁ କହିଥିଲେ । ଅନୁଷ୍ଠାନ ର ସାଧାରଣ ପରିଷଦର ସଭ୍ୟ ମୃତ୍ୟୁଞ୍ଜୟ ବେହେରା ଆନୁଷ୍ଠାନିକ ପ୍ରସବକୁ ବଢାଇବା ପାଇଁ ହେଲେ ଲୋକ ଭାଗିଦାରିତା ର ଯଥେଷ୍ଟ ଆବଶ୍ୟକତା ଅଛିବୋଲି କହିଥିଲେ । ମା ଗୃହ ତରଫରୁ ସସ୍ମିତା ବେହେରା ସଭା ପରିଚାଳନା କରିଥିବା ବେଳେ ରାମେଶ୍ଵରି ଦିଗାଲ, ସୁଲୋଚନା ପ୍ରଧାନ ଓ ଗିତାଞ୍ଜଳୀ ମୁଖି ପ୍ରମୁଖ ସହେଯାଗ କରିଥିଲେ । କାର୍ଯ୍ୟକ୍ରମରେ ୫୦ ରୁ ଊର୍ଦ୍ଧ୍ଵ ଆଶା ଓ ଅଙ୍ଗନୱାଡ କର୍ମୀ, ମହିଳା/ପୁରୁଷ ସ୍ବାସ୍ଥ୍ୟକର୍ମୀ, ଗୋଷ୍ଠି ସ୍ବାସ୍ଥ୍ୟ ଅଧିକାରି, ପ୍ରସ୍ତୁତି ଓ ଗର୍ଭବତୀ, ଉପସ୍ଥିତ ଥିଲେ ।

Leave A Reply

Your email address will not be published.