ଦେବେନ୍ଦ୍ର କହଁରଙ୍କ ବିଶାଳ ବାଇକ ରାଲି ମାଧ୍ୟମରେ ଭୋଟ ଭିକ୍ଷା

add-all

ଫୁଲବାଣୀ : କନ୍ଧମାଳ ମାଟିର ଲଢୁଆ ଶିକ୍ଷିତ ପୁଅ ଯୁବ ନେତା ତଥା ପୂର୍ବତନ ବିଧାୟକ ବହୁ ବର୍ଷ ଧରି ବିଜୁ ଜନତା ଦଳରେ ରହି ଦିନ ରାତି ଏକ କରି ଦଳକୁ କନ୍ଧମାଳ ଜିଲ୍ଲାର କୋଣ ଅନୁକୋଣରେ ପହଞ୍ଚାଇ ଥିବା ଯୁବ ନେତାଙ୍କୁ ଦଳ ଅଣଦେଖା କରିଥିବାରୁ ଏବଂ ତାଙ୍କର ଦଳ ପ୍ରତି କୌଣସି ଆବଶ୍ୟକତା ନଥିବା ମନେକରି ବିଧାୟକ ଟିକେଟ ଦେଇ ନଥିବାରୁ ସେ ନିଷ୍ପତ୍ତି ନେଲେ ଏଥର ସ୍ଵାଧୀନ ଭାବେ ସାମାଜ ବାଦୀ ପାର୍ଟି ଦଳର ସାଇକେଲ ଚିହ୍ନରେ ଠିଆ ହୋଇ ତାଙ୍କର ଜନ ସମର୍ଥକ କେତେ ତାହା ସେ ପ୍ରମାଣ କରି ଦେଖାଇବେ l ସେ ନେଇ ଆଜି ଫୁଲବାଣୀ ବ୍ଳକ ଅନ୍ତର୍ଗତ ରୁଜାଙ୍ଗୀ ପେଟ୍ରୋଲ ପମ୍ପଠାରୁ ଏକ ବିଶାଳ ବାଇକ୍ ରାଲି ଶୋଭାଯାତ୍ରାରେ ବାହାରି ସମଗ୍ର ଫୁଲବାଣୀ ସହର ପରିକ୍ରମା କରି ଦେବେନ୍ଦ୍ର କହଁର ଫୁଲବାଣୀର ସମସ୍ତ ମା ଭାଇ ଭଉଣୀଙ୍କୁ ଭୋଟ ଭିକ୍ଷା କରିଥିଲେ l

ପ୍ରାୟ ହଜାର ହଜାର ସଂଖ୍ୟାରେ ଦେବେନ୍ଦ୍ରଙ୍କ ସମର୍ଥକ ବାଇକରେ ବସି ବର୍ଷାକୁ ଖାତିର ନ କରି ଉତ୍ସାହର ସହ ନାରାବାଜି ଦେଇ ଆମ ଦେବେନ୍ଦ୍ର ଭାଇଙ୍କୁ ବିପୁଳ ପରିମାଣର ଭୋଟ ଦେଇ ନିର୍ବାଚିତ କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ l ଏଥିରୁ ପ୍ରତୀୟମାନ ହେଉଛି ଫୁଲବାଣୀ ସହରର ସମସ୍ତ ଯୁବ ପୀଢ଼ି ଦେବେନ୍ଦ୍ରଙ୍କ ସାଥୀରେ ଅଛନ୍ତି l ଆଉ ସେ ନିଶ୍ଚୟ ଜିତିବେ ବୋଲି ତାଙ୍କ ସମର୍ଥକ ମାନେ କହିଛନ୍ତି l

ad-week
Leave A Reply

Your email address will not be published.