ଖଲ୍ଲିକୋଟ ହତ୍ୟାକାଣ୍ଡର ତଦନ୍ତ କରିବ SIT

add-all

ବ୍ରହ୍ମପୁର : ଖଲ୍ଲିକୋଟ ହତ୍ୟାକାଣ୍ଡର ତଦନ୍ତ କରିବ SIT । ପୋଷ୍ଟର ମରାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷରେ ଜଣଙ୍କ ମୃତ୍ୟୁ ଘଟଣାର ପୁଙ୍ଖୁନାପୁଙ୍ଖ ତଦନ୍ତ କରିବ। ଏହି ମାମଲାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରିବ ସ୍ବତନ୍ତ୍ର ତଦନ୍ତକାରୀ ଟିମ । ତଦନ୍ତ ସାରି ୩୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବ ।

ଏଥିସହ ତଦନ୍ତର ସାଇଣ୍ଟିଫିକ୍, ଫୋରେନ୍ ସିକ୍ ଓ ଡିଜିଟାଲ ପ୍ରମାଣ ସଂଗ୍ରହ କରିବ ଏସଆଇଟି । ଛତ୍ରପୁରରେ ରହି ADG ଆର.କେ ଶର୍ମା ଆଇନଶୃଙ୍ଖଳା ତଦାରଖ କରିବେ । ଖଲ୍ଲିକୋଟ ଶ୍ରୀକୃଷ୍ଣଶରଣପୁରରେ ପୋଷ୍ଟର ମରାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରେ ଜଣଙ୍କ ମୃତ୍ଯୁ ହୋଇଥିଲା ।

ଏହି ମାମଲାରେ ୮ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଆଉ କିଛି ଅଭିଯୁକ୍ତ ଫେରାର ଅଛନ୍ତି । ଗତକାଲି ଗିରଫ ଅଭିଯୁକ୍ତଙ୍କୁ ଥାନାକୁ ନେବା ବେଳେ ବହୁ ଗ୍ରାମବାସୀ ପୋଲିସ ଗାଡ଼ି ଉପରକୁ ଢେଲା ପଥର ମାଡ଼ କରିଥିଲେ। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ମୃଦୁ ଲାଠିଚାଳନା କରିଥିଲା। ପରେ ଖଲ୍ଲିକୋଟ ଥାନାର ୧୦୦ ମିଟର ମଧ୍ୟରେ ୧୪୪ ଧାରା ଜାରି ହୋଇଥିଲା ।

ad-week
Leave A Reply

Your email address will not be published.