ଆସନ୍ତା ୨୦ ଓ ୨୧ ତାରିଖରେ ହିଟ୍ ୱେଭ୍ ୱାର୍ଣ୍ଣିଂ

add-all

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀର ପ୍ରଭାବରେ ଅଧିକାଂଶ ସ୍ଥାନରେ ମିଶ୍ରିତ ପାଗ ରହୁଛି। ଗତ ଦୁଇଦିନ ଅପେକ୍ଷା ଆଜି ତାପାମାତ୍ରା ବୃଦ୍ଧି ପାଇଛି। ଆସନ୍ତାକାଲି ଅର୍ଥାତ ଶନିବାର ଠାରୁ ରାଜ୍ୟରେ ଗରମ ବୃଦ୍ଧି ପାଇବ। ରାଜ୍ଯକୁ ପୁଣି ଫେରିଲା ଗ୍ରୀଷ୍ମପ୍ରବାହ । ଆଗାମୀ ୨ ରୁ ୩ ଦିନ ରାଜ୍ୟରେ ଅଧିକାଂଶ ସ୍ଥାନରେ ତାପମାତ୍ରା ବଢିବା ସହ ଉପକୂଳ ତଥା ଏହାର ପାର୍ଶ୍ଵବର୍ତ୍ତୀ ସ୍ଥାନମାନଙ୍କରେ ଗୁଳୁଗୁଳି ଅଧିକ ରହିପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ସେହିପରି ମେ ୨୦ ଓ ୨୧ ତାରିଖରେ ହିଟ୍ ୱେଭ୍ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ। ତେବେ ଅପରାହ୍ନ ସମୟରେ ଆଭ୍ୟନ୍ତରୀଣ ତଥା ଦକ୍ଷିଣ ଓଡ଼ିଶାର କେତେକ ଜିଲ୍ଲାମାନଙ୍କରେ ବର୍ଷା ନେଇ ସମ୍ଭାବନା ରହିଛି। ପାଣିପାଗ ବିଭାଗ ଅନୁଯାୟୀ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଏବଂ ଗଜପତିରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗରମ ବଢିପାରେ। ନୟାଗଡ଼, କନ୍ଧମାଳ, ରାୟଗଡା, କାଳାହାଣ୍ଡି, କୋରାପୁଟ, ଗଞ୍ଜାମ ଏବଂ ଗଜପତିରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହିତ ବର୍ଷା ହେବା ନେଇ ଚେତାବନୀ ଜାରି ହୋଇଛି। ଦକ୍ଷିଣ ଓଡିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ଏବଂ ବଜ୍ରପାତ ମଧ୍ୟ ହୋଇପାରେ।

ସେହିପରି ମେ ୧୯ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନ ପାଇଁ ଗରମ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କୋରାପୁଟ, ମାଲକାନଗିରି, ରାୟାଗଡା, ଗଞ୍ଜାମ ଏବଂ ଗଜପତିର ଏକ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ଏବଂ ବଜ୍ରପାତ ମଧ୍ୟ ହୋଇପାରେ। ତେବେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ମିଆଁମାର ଆଡକୁ ଯିବା ସମ୍ଭାବନା କମ । ସମ୍ଭବତଃ ପଶ୍ଚିମବଙ୍ଗ-ଆନ୍ଧ୍ରପ୍ରଦେଶ ମୁହାଁ ହେବା ସମ୍ଭାବନା ଅଧିକ, ତେବେ କେବେ ଘନୀଭୂତ ହେବ ତାହା ଏବେଠୁ ଆକଳନ କରିବା କଷ୍ଟ।

ad-week
Leave A Reply

Your email address will not be published.