୧୯ ତାରିଖ ସନ୍ଧ୍ୟାରେ ଆସୁଛନ୍ତି ମୋଦି, ୨୦ରେ ପୁରୀରେ କରିବେ ରୋଡ଼ ଶୋ

add-all

ଭୁବନେଶ୍ୱର : ପୁଣି ଓଡ଼ିଶା ଆସୁଛନ୍ତି ନିର୍ବାଚନ ପ୍ରଚାରରେ ମୋଦି। ଏହା ମୋଦୀଙ୍କ ତୃତୀୟ ଓଡ଼ିଶା ଗସ୍ତ। 19 ତାରିଖ ସନ୍ଧ୍ୟାରେ ମୋଦି ସ୍ଵତନ୍ତ୍ର ବିମାନରେ ସନ୍ଧ୍ୟା 6.30 ମିନିଟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବେ । ସନ୍ଧ୍ୟା 6.30 ମିନିଟରେ ପହଞ୍ଚି ରାଜଭବନ ଯିବେ ।

ରାଜଭବନରେ ରାତ୍ରିଯାପନ କରିବେ । 20 ତାରିଖ ସକାଳ ପ୍ରାୟ 6.30 ମିନିଟରେ ରାଜଭବନରୁ ବାହାରି ପୁରୀ ଅଭିମୁଖେ ଯିବେ । ସକାଳ ପ୍ରାୟ 7.30 ମିନିଟରେ ପୁରୀ ସିଂହଦ୍ଵାରରୁ ଆରମ୍ଭ ରୋଡ଼ ଶୋ କରିବେ । ପ୍ରାୟ ଏକ ଘଣ୍ଟା ହେବ ରୋଡ ସୋ । ପୁରୀରୁ ବାହାରି ଢେଙ୍କାନାଳ ହେଲିପ୍ୟାଡରେ ଅବତରଣ କରି ଅନୁଗୁଳ ଷ୍ଟାଡିୟମ୍ ଯିବେ । ସେଠାରେ ଏକ ସାଧାରଣ ସଭାରେ ରହିଛି ।

ଏହା ପରେ ସେ କଟକ ବାଲିଯାତ୍ରା ପଡ଼ିଆରେ ସାଧାରଣ ସଭାରେ ନିର୍ବାଚନ ପ୍ରଚାର କରିବେ । ମୋଦିଙ୍କ ଦୁଇ ଦିନିଆ ପ୍ରଚାର ପାଇଁ ଆଜି SPG ଟିମ୍ ସହ ରାଜ୍ୟ ପୋଲିସ ର ବରିଷ୍ଠ ଅଧିକାରୀଙ୍କ ସହ ସୁରକ୍ଷା ନେଇ ଚାଲିଛି ମାରାଥନ ବୈଠକ । ଭୁବନେଶ୍ୱର, ପୁରୀ, ଅନୁଗୁଳ, ଓ କଟକ ରେ ସୁରକ୍ଷା ନେଇ ଚୂଡ଼ାନ୍ତ କରାଯାଉଛି ସୁରକ୍ଷା ବ୍ୟବସ୍ଥା।

ମୋଦି ପୁରୀରେ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ପାଇଁ କରିବେ ପ୍ରଚାର। 2019ନିର୍ବାଚନ ରେ ସମ୍ବିତ ପାତ୍ର ବିଜେଡିର ପିନାକୀ ମିଶ୍ରଙ୍କ ଠାରୁ ଅଳ୍ପ ଭୋଟ ବ୍ୟବଧାନରେ ହରାଇଥିଲେ। ଚଳିତ ଥର ପିନାକୀ ମିଶ୍ରଙ୍କ ସ୍ଥାନରେ ଅରୂପ ପଟ୍ଟନାୟକଙ୍କୁ ବିଜେଡି ପ୍ରାର୍ଥୀ କରିଛି ।

ସେହିଭଳି ଢେଙ୍କାନାଳରେ ବିଜେଡିର ମହେଶ ସାହୁ ବିଜୟୀ ହୋଇଥବା ବେଳେ ଚଳିତ ଥର ଅବିନାଶ ସାମଲଙ୍କୁ ବିଜେଡି ପ୍ରାର୍ଥୀ କରିଛି । ବିଜେପି ଭେଟରାନ ରୁଦ୍ର ପାଣିଙ୍କୁ ପ୍ରାର୍ଥୀ କରିଛି । ସେହିପରି କଟକ ରେ ମଧ୍ୟ ବଦଳିଛି ସମୀକରଣ । ଗତ ଥର ସାଂସଦ ଥିବା ଭତୃହରି ମହତାବ ଏବେ ବିଜେପି ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ପ୍ରାର୍ଥୀ ହୋଇଛନ୍ତି ସଂତୃପ୍ତ ମିଶ୍ର ।

ad-week
Leave A Reply

Your email address will not be published.