
ଫୁଲବାଣୀ : ଆଜି ଶ୍ରୀ ଶ୍ରୀ ମା ନାରାୟଣୀ ଠାକୁରାଣୀ ଙ୍କ ଯାତ୍ରାର ଅଷ୍ଟମ ଦିବସ l ଏହି ଅବସରରେ ମା ନାରାୟଣୀ ଠାକୁରାଣୀଙ୍କ ସହ ମା ବରାଳ ଦେବୀ, ମା ବ୍ୟାଘ୍ର ଦେବୀ, ମା ବ୍ରାହ୍ମଣୀ ଦେବୀ, ମା ଗ୍ରାମ ଦେବତୀ ଏବଂ ସର୍ବାଗ୍ରେ ମା କାଳୀ ନଗର ଭ୍ରମଣରେ ବାହାରିଛନ୍ତି l ଗତ କାଲି ଥିଲା ଗୁରୁବାର ମା ଙ୍କ ବିଶ୍ରାମ ଦିବସ ସେଥିପାଇଁ ନାରାୟଣୀ ମନ୍ଦିରରୁ ଆସିଥିବା ଆଳତି ବାହିନୀ ଙ୍କ ସୁନ୍ଦର ଆଳତି କାର୍ଯ୍ୟକ୍ରମ ଦେଖିବା ସହିତ ବ୍ରହ୍ମପୁରରୁ ଆସିଥିବା ଚକ୍ଷୁ ହୀନ କଳାକାରଙ୍କ ଭଜନ ସନ୍ଧ୍ଯା କାର୍ଯ୍ୟକ୍ରମ ଯାହାକି ଦର୍ଶକ ମାନଙ୍କ ମନ ମୁଗ୍ଧ କରିଦେଇଥିଲା ହଜାର ହଜାର ସଂଖ୍ୟକ ଭକ୍ତଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା l ଶୁକ୍ରବାର
ଆଜି ପଥମେ ପଞ୍ଚ ଠାକୁରାଣୀଙ୍କ ସହ ମା କାଳୀ ଗମ୍ଭୀରାରୁ ବାହାରି ଲକ୍ଷ୍ମୀ ମାର୍କେଟ୍ ଦେଇ ମସଜିଦ ରାସ୍ତା ଓ ମୁନିସିପାଲିଟି ରୋଡ ଦେଇ ମାଷ୍ଟ୍ରପଡ଼ା ଛକଠାରୁ ଡାହାଣ ପଟ ରାସ୍ତାରେ ଡି଼ପାସାହିକୁ ଭୋଗ ଆଳତୀ ପାଇଁ ଯାଇଥିଲେ । ସେଠାରୁ ପୂଜା ସାରିବା ପରେ ଶନି ମନ୍ଦିର ଛକକୁ ଆସି ବ୍ୟାଙ୍କ କଲୋନୀ ଓ ରାଧାକାନ୍ତ ଦିଗାଲ ସାହି ନଗର ଭ୍ରମଣ ସାରି ପେଟ୍ରୋଲ୍ ଟାଙ୍କି ପାଖକୁ ପହଂଚି ଆମ୍ବେଦକର ସାହିକୁ ଯିବେ । ସେଠାରୁ ଭୋଗ ଆଳତୀ ସାରି ଟିଲୁ ମହାନ୍ତି ସାହି ପୂଜା ସାରି ପୁରୁଣା ପୋଷ୍ଟ ଅଫିସ୍ କଲୋନୀ ଛକରେ ପହଂଚି ଥିଲେ l ପରେ ମାଷ୍ଟ୍ରପଡ଼ା ତୋଟା ସାହି ନଗର ଭ୍ରମଣ କରିଥିଲେ । ସେଠାରୁ ଭୋଗ ଆଳତୀ ସାରିବା ପରେ ବାଳିକା ସ୍କୁଲ ଛକକୁ ଆସି ମୁଖ୍ୟ ରାସ୍ତାରେ ଆସି ଶ୍ରୀରାମ ମନ୍ଦିର ରାସ୍ତା ଦେଇ ଗମ୍ଭୀରାକୁ ବିଜେ କରିଥିଲେ । ଆଜିର ସାଂସ୍କୃତିକ କାର୍ଯ୍ୟକ୍ରମ
ସରଗମ ଅର୍କେଷ୍ଟା୍ ମେଲୋଡି ଥିଲା ମୁଖ୍ୟ ଆକର୍ଷଣ l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଜେପିର କନ୍ଧମାଳ ସାଂସଦ ପାର୍ଥି ସୁକାନ୍ତ ପାଣିଗ୍ରାହୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜଗନ୍ନାଥ ସାହୁ, ସଭାପତି ସୁଧାଂଶୁ ସେନାପତି, ସମ୍ପାଦକ ଦୂର୍ଗା ପ୍ରସାଦ ତ୍ରିପାଠୀ, ଭି ଲୋକନାଥ ରାଜୁ, କାବଲା ସେନାପତି, ଜଗନ୍ନାଥ ରାଜୁ, ବୀଣାପାଣି ପ୍ରଧାନ ପ୍ରମୂଖ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ କୁ ଅଶୋକ ମହାନ୍ତି ପରିଚାଳନା କରିଥିଲେ l ସେହିପରି ମା ଙ୍କ ନଗର ଭ୍ରମଣରେ ହରିଶ୍ଚନ୍ଦ୍ର ମହାରଣା, ଆଦିତ୍ୟ ତ୍ରିପାଠୀ, ମହେନ୍ଦ୍ର ସୁବୁଦ୍ଧି ପ୍ରମୁଖ ସହଯୋଗ କରିଥିଲେ l