ଆସିକା ସଂସଦୀୟ କ୍ଷେତ୍ରରେ ପ୍ରାର୍ଥୀ ମାନେ ଦଳୀୟ ପାଣ୍ଠି ହଡ଼ପ ଅଭିଯୋଗ …!

add-all


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସଂସଦୟୀ କ୍ଷେତ୍ରରେ ଦୁଇ ଦଳର ପ୍ରାର୍ଥୀ ଦଳର ପାଣ୍ଠିକୁ କର୍ମୀ ମାନଙ୍କୁ ନଦେଇ ଥିବା ଯୋଗୁଁ ଅସନ୍ତୋଷ ଦେଖାଦେଇଛି। ଆସିକା ସଂସଦୀୟ କ୍ଷେତ୍ରର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବିଜେଡ଼ି ପ୍ରାର୍ଥୀନୀ ରଞ୍ଜିତା ମେଡମ ଙ୍କ ଦେଖାନଥିବା ଯୋଗୁଁ କର୍ମୀ ଓ ନେତା ମାନେ ଭୋଟ ଭିକ୍ଷା ବେଳେ ଲୋକଙ୍କ ପ୍ରଶ୍ନ ର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ଦଳୀୟ ଟିକେଟ ମିଳିବା ପରଠାରୁ ଥରେ ଦୁଇ ଥର ମେଡମ ଙ୍କ ଦେଖା ମିଳିଥିଲା।ଏବେଠାରୁ ଯଦି ଏପରି ଅବସ୍ଥା ଜୟ ପରାଜୟ ପରେ କଣ ମେଡମ ଙ୍କ ଦେଖା ମିଳିବ କି ବୋଲି ଲୋକେ ଦ୍ବନ୍ଦରେ ରହିଥିବା ନେଇ ଚର୍ଚ୍ଚା ହେଉଛି।ମୁଖ୍ୟ ପ୍ରତିଦ୍ବନ୍ଦିତା ଥିବା ଦୁଇ ଦଳର ପ୍ରାର୍ଥୀ ମାନେ ଦଳୀୟ ପାଣ୍ଠି ଏଯାଏ ଖର୍ଚ୍ଚ କରିନଥିବା ନେଇ ଆସିକା ରେ ଚର୍ଚ୍ଚା ବର୍ତ୍ତମାନ ଜୋର ଧରିଛି। ମଙ୍ଗ ଧରିଥିବା ହରବାବୁ କେବଳ କୋଦଳା କୁ ଅଧିକ ଗୁରୁତ୍ୱ ଦେଉଥିବା ନେଇ ଅନ୍ୟ ନିର୍ବାଚନ ମଣ୍ଡଳୀ ରେ ଧିରେ ଧିରେ ଅସନ୍ତୋଷ ବଢ଼ିଥିବା ନେଇ ଚର୍ଚ୍ଚା ହେଉଛି। ପୋଲସରା, ଖଲ୍ଲିକୋଟ ରେ ଟଙ୍କା ଓ ମଦର ବନ୍ୟା ହେଲାଣି ଏହା ସଙ୍ଗେ ସଙ୍ଗେ ଅଞ୍ଚଳ ରେ ନିର୍ବାଚନୀ ଉଷ୍ମତା ବି ବୃଦ୍ଧି ପାଉଛି, ତେଣୁ ପୋଲିସ ର ଅଞ୍ଚଳ ପ୍ରତି ତୀକ୍ଷ୍ଣ ଦୃଷ୍ଟି ବି ରହିଛି l ଗଞ୍ଜାମ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ରେ ହେବାକୁ ଥିବା ନିର୍ବାଚନ ରେ ଭୋଟର କାହାକୁ ପସନ୍ଦ କରୁଛନ୍ତି ତାହା ଜୁନ ଚାରି ରେ ଜଣାପଡିବ। କିନ୍ତୁ ଶାସକ ଦଳ କଳ, ବଳେ, କୌଶଳ ଲଗାଇ ନିର୍ବାଚନ ବୈତରଣୀ ପାର ହେବାକୁ ବସିଛି l ଗୋଟିଏ ପଟେ ମୋଦି ଙ୍କ ଡବଲ ଇଂଜିନ ଓ ଅନ୍ୟପଟେ ଟଙ୍କା ଓ ମଦ ଦେଖା ଯାଉ ଭୋଟର କାହା ପ୍ରତି ଆକୃଷ୍ଟ ହେଉଛନ୍ତି.. ତାହା ସମୟ କହିଁବ l

ad-week
Leave A Reply

Your email address will not be published.