୪ ମାସ ହେଲା ବର୍ଦ୍ଧିତ ପ୍ରାପ୍ୟ ପାଇବାରୁ ବଞ୍ଚିତ ଏମକେସିଜି ମେଡ଼ିକାଲ ରେ କାର୍ଯ୍ୟରତ ସଫେଇ କର୍ମଚାରୀ…

ନିଜ ହକ ଦାବିରେ ଆଜି ବନ୍ଦ କଲେ ସଫେଇ କାର୍ଯ୍ୟ…

add-all

ଭଣ୍ଡାଉଛି ଘରେଇ ଏଜେନ୍ସି ଖବର ପ୍ରସାରଣ ବନ୍ଦ ପାଇଁ ଖବରଦାତାଙ୍କ ଉପରେ ଭି ପକାଉଛି ଚାପ…

ବ୍ରହ୍ମପୁର :-ନିଜ ହକ ପାଇବା ଦାବିରେ ଏମକେସିଜି ବଡ଼ ମେଡ଼ିକାଲ ଅଧିକ୍ଷକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଦୁଇଶହ ରୁ ଉର୍ଦ୍ଧ୍ବ ସଫେଇ କର୍ମଚାରୀ।ଫଳରେ ଆଜି ମେଡ଼ିକାଲ ପରିସରରୁ ହଟି ନ ଥିଲା ଆବର୍ଜନା।ସମସ୍ତ ୱାର୍ଡ ରେ ଆଜି ସଫେଇ କାର୍ଯ୍ୟ ଠପ ହୋଇ ପଡ଼ିଥିଲା।ବ୍ରହ୍ମପୁର ବଡ଼ ମେଡ଼ିକାଲ କୁ ସଫା କରିବାକୁ ପ୍ରତ୍ୟୁଷ ନାମକ ଏକ ଘରେଇ ଏଜେନ୍ସି କୁ ଦାୟିତ୍ୱ ଦେଇଛନ୍ତି ସରକାର।ତେବେ ଏହି କମ୍ପାନୀ ନିୟମିତ ଭାବେ ଠିକ ସମୟରେ ସଫେଇ କର୍ମଚାରୀ ଙ୍କ ପ୍ରାପ୍ୟ ଦେଉ ନ ଥିବା ଅଭିଯୋଗ କରିଛନ୍ତି ସଫେଇ କର୍ମଚାରୀ। ଏବଂ ଅଭିଯୋଗ କଲେ ଦେଖାଉଛି ନାଲି ଆଖି l ସୂଚନା ଥାଉକି ରାଜ୍ୟ ସରକାର ଗତ ଫେବ୍ରୁଆରୀ ଠାରୁ ରାଜ୍ୟ ସରକାର ସଫେଇ କର୍ମଚାରୀ ଙ୍କ ପ୍ରାପ୍ୟ ବୃଦ୍ଧି କରିଥିଲେ ମଧ୍ୟ ,ଏଯାବତ କମ୍ପାନୀ ସେହି ବର୍ଦ୍ଧିତ ଦରମା ସଫେଇ କର୍ମଚାରୀ ଙ୍କୁ ଦେଉ ନ ଥିବା ଅଭିଯୋଗ କରିଛନ୍ତି।ସ୍ୱଳ୍ପ ଦରମାରେ ଘର ପରିବାର ଚାଲିବା ମୁସ୍କିଲ ହୋଇ ପଡ଼ିଥିବା ବେଳେ, ଭଣ୍ଡାଉଛି ଏଜେନ୍ସି।ବାରମ୍ବାର ଏନେଇ କମ୍ପାନୀ ମ୍ୟାନେଜର ଙ୍କୁ ଅବଗତ କରିବା ପରେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଶେଷରେ ନିରାଶ ହୋଇ ଆଜି ସମସ୍ତ କର୍ମଚାରୀ କାର୍ଯ୍ୟ ବନ୍ଦ କରି ସୁପାରିଟେଣ୍ଡେଣ୍ଟ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଥିଲେ।ଫଳରେ ମେଡ଼ିକାଲ ରେ ପରିମଳ ବ୍ୟବସ୍ଥାରେ ବିପର୍ଯ୍ୟସ୍ତ ଘଟିଥିଲା।ଦୀର୍ଘ ସମୟ ଧରି ଧାରଣାରେ ବସିବା ପରେ ଖବର ପାଇ ମେଡ଼ିକାଲ ଅଧିକ୍ଷକ ପ୍ରଫେସର ଡାକ୍ତର ସୁଚିତ୍ରା ଦାସ ଘଟଣା ସ୍ଥଳରେ ପହଞ୍ଚି ସଫେଇ କର୍ମଚାରୀ ଙ୍କ ସହିତ ଆଲୋଚନା କରିଥିଲେ।ଏନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅଧିକ୍ଷକ କହିଥିଲେ।ଆସନ୍ତା ମାସରୁ ବର୍ଦ୍ଧିତ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ପରେ ଧାରଣା ବନ୍ଦ ହୋଇଥିଲା।ତେବେ ଏହି ଘଟଣାର ଖବର ପ୍ରସାରଣ ବନ୍ଦ କରିବା ପାଇଁ ଏଜେନ୍ସି ପକ୍ଷରୁ ଖବରଦାତା ଙ୍କୁ ପ୍ରଲୋଭନ ସହିତ ଚାପ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି।କୋଟି କୋଟି ଟଙ୍କା ବ୍ୟୟରେ ମେଡ଼ିକାଲ ସଫେଇ ପାଇଁ ସରକାର ଖର୍ଚ୍ଚ କରୁଥିବା ବେଳେ, ଏଜେନ୍ସି ନ ମନମୁଖୀ କାର୍ଯ୍ୟ କଳାପ କୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ l ଡାକ୍ତରଖାନ ରେ ସଫେଇ କାର୍ଯ୍ୟ ଅତି ଜରୁରୀ କିନ୍ତୁ ସରକାର ଏହି କାର୍ଯ୍ୟ କୁ ଠିକା ଦେବା ଅତି ଦୁର୍ଭାଗ୍ୟ ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଅଭିଯୋଗ ହେଉଛି l ବ୍ରହ୍ମପୁର ବଡ଼ ମେଡିକାଲ ର ଅନେକ ଦୁର୍ନୀତିର ଚିତ୍ର ପଦାକୁ ଆସୁଛି କିନ୍ତୁ ପ୍ରଶାସନ ସମ୍ପୂର୍ଣ ନିରବ l ମନେ ହୁଏ କିଛି ମୁଷ୍ଟିମେୟ ବ୍ୟକ୍ତିମାନଙ୍କ ଦ୍ଵାରା ଚାଲିଛି ରୋଗୀ ସେବା l ଏହା ସରକାରୀ ମେଡିକାଲ ହୋଇଥିବା ବେଳେ ବେସରକାରୀ ସଂସ୍ଥା ଦ୍ଵାରା ଚାଲିଛି ସବୁ ବ୍ୟବସ୍ଥା l ସଫେଇ ପରି ଏକ ଜରୁରୀ କାର୍ଯ୍ୟ କୁ ସରକାର ଠିକା ସଂସ୍ଥା କୁ ଟେକି ଦେବା ଫଳରେ ଏହିପରି ପରିସ୍ଥିତି ସୃଷ୍ଟି ହୋଇଛି l ଠିକାଦାର ମାନେ କର୍ମଚାରୀ ମାନଙ୍କୁ ଶୋଷଣ କରୁଥିବା କୁ ନେଇ ଅଭିଯୋଗ ଆସୁଛି ତେଣୁ ସରକାର ଉକ୍ତ ଘଟଣା ର ତଦନ୍ତ କରି କାହିଁକି ଠିକା ସଂସ୍ଥା ସରକାର ଙ୍କ ଗୃହୀତ ୪ମାସ ହେଲା ବର୍ଦ୍ଧିତ ପ୍ରାପ୍ୟ କାହିଁକି ପ୍ରଦାନ କରିନାହଁ ଜରୁରୀ ହୋଇ ପଡିଛି l ପ୍ରତ୍ୟୁଷ ନାମକ ଏହି ଠିକା ସଂସ୍ଥା କିଛି ପ୍ରଶାସନିକ ଅଧିକାରୀ ଙ୍କୁ ହାତ ବାରିସୀ କରି ନିରୀହ ସଫେଇ କର୍ମଚାରୀ ଙ୍କୁ ମାନସିକ ନିର୍ଯାତନା ଦେଇ ଆସୁଛି ଅଭିଯୋଗ କଲେ ଛଟେଇ କରି ଦେବି ବୋଲି ଧମକ ମଧ୍ୟ ଦେଉଥିବା ଅଭିଯୋଗ ଆସୁଛି l ଏହି ଘଟଣା କୁ ଦବାଇ ଦେବାକୁ କିଛି ଗୋଦି ମିଡ଼ିଆ ଙ୍କୁ ମଧ୍ୟ ବ୍ୟବହାର କରିଥବା ଶୁଣିବାକୁ ମିଳିଛି କାରଣ ପ୍ରଚାର ଓ ପ୍ରସାର ହେଲେ ହୁଏତ ସରକାର ଉକ୍ତ ସଂସ୍ଥା ପ୍ରତି କଠୋର ପଦକ୍ଷେପ ନେଇ ତାକୁ ହଟାଇ ଦେଇ ପାରନ୍ତି ତେଣୁ ଘଟଣା କୁ ନେଇ କୌଣସି ଖବର ପ୍ରଚାର ଓ ପ୍ରସାର ନକରିବା ପାଇଁ ଚାପ ପକାଉଛି l ତେଣୁ ସରକାର ଏହାକୁ ଅତି ଗୁରୁତର ସହିତ ନେଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି l

ad-week
Leave A Reply

Your email address will not be published.