ପାକିସ୍ତାନରେ ଭୟଙ୍କର ସଡ଼କ ଦୁର୍ଘଟଣା, ୫ ଶିଶୁଙ୍କ ସମେତ ଗୋଟିଏ ପରିବାରର ୧୩ ମୃତ

add-all

ଲାହୋର: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଶନିବାର ଏକ ମିନି ଟ୍ରକ୍ ଭାରସାମ୍ୟ ହରାଇ ଖାଲକୁ ଖସି ପଡ଼ିବାରୁ ୫ ଶିଶୁଙ୍କ ସମେତ ଗୋଟିଏ ପରିବାରର ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ୯ ଜଣ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଧିକାରୀମାନେ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ମଧ୍ୟ ଲୋକଙ୍କୁ ସାହାଯ୍ୟ କରିଥିଲେ।
ଉଦ୍ଧାରକାରୀଙ୍କ ସୂଚନା ଅନୁଯାୟୀ, ଏହି ମିନି ଟ୍ରକ୍ଟି ଖୈବର ପଖ୍ତୁନଖୱା ପ୍ରଦେଶର ବନୁ ଜିଲ୍ଲାରୁ ପଞ୍ଜାବର ଖୁସାବ ଜିଲ୍ଲାକୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଲାହୋରଠାରୁ ପ୍ରାୟ ୨୫୦ କିଲୋମିଟର ଦୂର ଖୁସାବର ପେଞ୍ଚ ପିର ଅଞ୍ଚଳରେ ଏହି ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ମିନି ଟ୍ରକଟି ଏକ ମୁହାଣରେ ରାସ୍ତାରୁ ଖସି ଖାଇ ଭିତରକୁ ପଡ଼ିବାରୁ ଏହି ଦୁର୍ଘଟଣା ଘଟିଛି।
ଘଟଣାସ୍ଥଳରେ ୫ ଜଣ ଶିଶୁଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। ୯ ଜଣ ଆହତଙ୍କୁ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ନୁଯାୟୀ, ଦ୍ରୁତ ଗତିରେ ଆସୁଥିବାରୁ ମିନି ଟ୍ରକ୍ ଚାଳକ ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଛି।

ad-week
Leave A Reply

Your email address will not be published.