ପାକିସ୍ତାନ ସ୍ଥିତି କଥା କହି ଭୋଟ ମାଗିଲେ ପ୍ରଧାନମନ୍ତ୍ରୀ ମୋଦି

add-all

ନୂଆଦିଲ୍ଲୀ : ପୁଣିଥରେ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାର ଆଣିବାକୁ ଲୋକଙ୍କୁ ଅପଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ ଗୋଟିଏ ଶକ୍ତିଶାଳୀ (ଧକଡ଼) ସରକାର ଥିବାରୁ ପାକିସ୍ତାନ ଯେଉଁ ହାତରେ ବୋମା ଧରିଥିଲା,ଏବେ ଭିକ ମାଗିବା ପାଇଁ ଥାଳି ଧରିଥିବା ମୋଦି କହିଛନ୍ତି। ପାକିସ୍ତାନ ସ୍ଥିତି କେମିତି ବଦଳି ଯାଇଛି, ସେକଥା କହି ଆଜି ମୋଦି ହରିଆଣାରେ ପ୍ରଚାର କରିଛନ୍ତି। ଅମ୍ବାଲାରେ ଆୟୋଜିତ ବିଜେପିର ଜନସଭାରେ ମୋଦି କହିଛନ୍ତି, “ଯେତେବେଳେ ଦେଶରେ ଗୋଟିଏ ଧକଡ଼(ଶକ୍ତିଶାଳୀ) ସରକାର ରହିଥାଏ ସେତେବେଳେ ଶତ୍ରୁପକ୍ଷ ମଧ୍ୟ କିଛି କରିବା ପୂର୍ବରୁ ୧୦୦ ଥର ଚିନ୍ତା କରିଥାଏ।
ଆପଣମାନେ ଦେଖୁଥିବେ ଯେ ସମାନ ପାକିସ୍ତାନ ୭୦ ବର୍ଷ ହେଲା ଭାରତକୁ ହଇରାଣ କରି ଆସୁଥିଲା। ହାତରେ ବୋମା ଧରିଥିଲା। ଏବେ ପାକିସ୍ତାନ ସେହି ହାତରେ ଭିକ ମାଗିବା ପାଇଁ ଥାଳି ଧରିଛି। ଯେତେବେଳେ ଧକଡ଼ ସରକାର ଥାଏ ସେତେବେଳେ ଏଭଳି ଭାବେ ଶତ୍ରୁପକ୍ଷ ଥରିଥାଏ।”
ସମାନ ସ୍ୱର ଓ ଉତ୍ସାହରେ ମୋଦି ଲୋକମାନଙ୍କୁ ପଚାରିଛନ୍ତି ଯେ କ’ଣ ଗୋଟିଏ ଦୁର୍ବଳ ସରକାର ଜମ୍ମୁ-କଶ୍ମୀରର ସ୍ଥିତିକୁ ବଦଳାଇ ପାରିଥାଆନ୍ତା? ସେ କହିଛନ୍ତି, “କଂଗ୍ରେସ ସରକାର କ୍ଷମତାରେ ଥିବା ବେଳର କଥା ଭାବନ୍ତୁ। ହରିଆଣାର ସାହାସୀ ମା’ମାନେ ସବୁବେଳେ ଆତଙ୍କବାଦୀ ହମଲା ଓ ପଥର ଫିଙ୍ଗା ଘଟଣାକୁ ନେଇ ଚିନ୍ତିତ ରହୁଥିଲେ। କାରଣ ଏପରି ଘଟଣା ଆମ ସୈନ୍ୟମାନଙ୍କୁ କ୍ଷତି ପହଞ୍ଚାଉଥିଲେ।
ଏବେ ସେସବୁକୁ ୧୦ ବର୍ଷ ବିତି ଗଲାଣି। କ’ଣ ଏସବୁ ବନ୍ଦ ହୋଇ ନାହିଁ। ମୋଦିଙ୍କ ଧକଡ଼ ସରକାର ଧାରା ୩୭୦ର କାନ୍ଥକୁ ଭାଙ୍ଗି ଦେଇଛି। ଜମ୍ମୁ-କଶ୍ମୀର ଏବେ ବିକାଶର ରାସ୍ତାରେ ଆଗକୁ ବଢ଼ିବା ଆରମ୍ଭ ହୋଇଛି।”
୨୦୧୯ରେ ମୋଦି ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦କୁ ଉଚ୍ଛେଦ କରିବା ସହ ଏହାକୁ ଦୁଇ ଭାଗରେ ବିଭକ୍ତ କରିଥିଲେ। ଏ ସମ୍ପର୍କରେ ଆଜି ମୋଦି କହିବା ସହ ବିଜେପି ସପକ୍ଷରେ ଭୋଟ ମାଗିଛନ୍ତି।

ad-week
Leave A Reply

Your email address will not be published.