ପୁରୀରେ ରୋଡ୍ ଶୋ’ କରିବେ ମୋଦି

add-all

ପୁରୀ : ଆସନ୍ତାକାଲି ସନ୍ଧ୍ୟାରେ ପୁଣି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୨୦ ତାରିଖରେ ସକାଳ ୮ଟାରେ ପୁରୀରେ ସେ ରୋଡ୍‌ ଶୋ’ କରିବେ। ମହାପ୍ରଭୁଙ୍କ ଦର୍ଶନ କରି ସେ ରୋଡ୍‌ ଶୋ’ କରିବେ। ପୁରୀରେ ରୋଡ୍ ଶୋ’ କରି ଅନୁଗୋଳ ଯିବେ ପ୍ରଧାନମନ୍ତ୍ରୀ। ସକାଳ ସାଢ଼େ ୯ଟାରେ ସେଠାରେ ଏକ ବିରାଟ ଜନସଭାକୁ ସମ୍ବୋଧି କରିବେ ମୋଦି। ସେଠାରୁ କଟକ ଫେରିବେ। ସାଢ଼େ ୧୧ଟାରେ ସେ କଟକରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ।
ଆସନ୍ତାକାଲି ଓଡ଼ିଶା ଆସିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସେ ରେଢ଼ାଖୋଲ, ପାଟଣା ଏବଂ ଖୋର୍ଦ୍ଧାରେ ସାଧାରଣ ସଭାରେ ଯୋଗ ଦେବେ। ଆସନ୍ତାକାଲି କୁଚିଣ୍ଡାରେ ସଭା କରିବେ ‍ବିଜେପି ନେତା ତଥା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ। ୨୧ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ କାର୍ଯ୍ୟକ୍ରମ ରହିଛି। ସେ ସମ୍ବଲପୁର, କେନ୍ଦୁଝର, ପରଜଙ୍ଗ ଓ ନୟାଗଡ଼ ଗସ୍ତ କରିବେ।

ad-week
Leave A Reply

Your email address will not be published.