ବାଲାଜୀ କଲଚରାଲ ସୋସାଇଟିର ୧୭ତମ ଵାର୍ଷିକ ଉତ୍ସବ

newyr25

ଛତ୍ରପୁର : ଛତ୍ରପୁର ବାଲାଜୀ କଲଚରାଲ ସୋସାଇଟିର ୧୭ତମ ଵାର୍ଷିକ ଉତ୍ସବ ଅଵସରରେ ସ୍ଥାନୀୟ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ ପରିସରରେ ଅନୁଷ୍ଠାନର ସଂଯୋଜକ ବି. ଶ୍ରୀନିବାସ ଙ୍କ ସଂଯୋଜନା ରେ ଏକ ଭବ୍ୟ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଅଛି । ଉକ୍ତ କାର୍ଯ୍ୟକ୍ରମକୁ ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ସି.ଇ.ଓ ଜେ. ଵାଵୁ , ମ୍ୟାନେଜର ଆନନ୍ଦ ରମଣା ଏବଂ ଜଗନ୍ନାଥ ମନ୍ଦିରର ମୁଖ୍ୟ ଆଦିକନ୍ଦ ପାଣିଗ୍ରାହୀ ଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ବଳନ ପୂର୍ବକ ଉଦ୍ଘାଟନ ହୋଇଥିଲା। କାର୍ଯ୍ୟକ୍ରମ ରେ ସୁଦୁର ଆନ୍ଧ୍ର ପ୍ରଦେଶରୁ ଆସିଥିବା ଆନ୍ତର୍ଜାତିକ କ୍ଷାତି ସମ୍ପର୍ଣ୍ଣ କଳାକାର କାନ୍ଦବରୀ ସିଷ୍ଟର ଏବଂ ତାଙ୍କ ଵୃନ୍ଦଙ୍କ ଦ୍ଵାରା ଭକ୍ତି ସଂଗୀତ ପରିବେଷଣ ହୋଇଥିବା ଵେଳେ, ସ୍ଥାନୀୟ କଣ୍ଠଶିଳ୍ପୀ ଜି. ନିରଶା ଭକ୍ତି ସଂଗୀତ ପରିବେଷଣ କରିଥିଲେ । ସ୍ଥାନୀୟ ଅଞ୍ଚଳର ସୁପ୍ରସିଦ୍ଧ ନୃତ୍ୟ ଅନୁଷ୍ଠାନ ଡ୍ରିମ୍ସ ଡ଼୍ୟାନ୍ସ ଏକାଡେମୀ ଓ ନିହାରିକା ଡ଼୍ୟାନ୍ସ ଷ୍ଟୁଡ଼ିଓ ର କୁନି କୁନି କଳାକାର ମାନେ ନୃତ୍ୟ ପରିଵେଷଣ କରିଥିଲେ । ଇତ୍ୟ ଅବସରରେ ଛତ୍ରପୁର ସହରର ସ୍ଥିତ ଉପୁଲାପୁଟି ଗ୍ରାମର ଜଣାଶୁଣା ତେଲୁଗୁ ପଣ୍ଡିତ ଶ୍ରୀନିବାସ ଆଚାର୍ଯ୍ୟ ଙ୍କୁ ଅତିଥି ମାନଙ୍କ ଦ୍ବାରା ସମ୍ମାନିତ କରାଯାଇଥିଲା । ପରେ ପରେ ଅନୁଷ୍ଠାନ ତରଫରୁ ସମସ୍ତ ଦର୍ଶକଙ୍କୁ ପ୍ରସାଦ ପ୍ରଦାନ କରାଯାଇ କାର୍ଯ୍ୟକ୍ରମ ସାଙ୍ଗ କରାଯାଇଥିଲା ।

Leave A Reply

Your email address will not be published.