ଯୌତୁକ ପାଇଁ ଝିଅକୁ ପୋଡି ମାରି ଦେଇଥିବା ଅଭିଯୋଗ କରି ଏସପିଙ୍କ ଦ୍ଵାରସ୍ଥ ହେଲେ ପରିବାର ଲୋକେ ଓ ଗ୍ରାମବାସୀ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲା ଏମଭି୧୦ ଗ୍ରାମର ଗଗନ ମଣ୍ଡଳଙ୍କ ଝିଅ ଶିବାନୀ କୋରାପୁଟ ଜିଲ୍ଲାର ପାଡୁଆ ଥାନା ଅନ୍ତର୍ଗତ ପୂଜାରୀଗୁଡ଼ା ଗ୍ରାମରେ ବିମଲ ସିଂଙ୍କ ପୁଅ ପ୍ରଭାସ ସିଂକୁ ଗତ ମାର୍ଚ ୧୨ ତାରିଖରେ ବିବାହ କରିଥିଲେ । ଶିବାନୀର ବାପା ଗଗନ ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବା ବେଳେ ତାଙ୍କୁ ଅଧିକ ଯୌତୁକ ପାଇଁ ବାରମ୍ବାର ଧମକ ଦିଆଯାଉଥିବା ସହ ଗାଡି ଏବଂ ସୁନା ଗହଣା ଦେବାକୁ ପୁଅ ଘର ଲୋକେ ବାଧ୍ୟ କରୁଥିଲେ । ତେବେ ଅର୍ଥ ଅଭାବ ଯୋଗୁଁ ଗଗନ ଯୌତୁକ ଦେଇ ପାରୁନଥିବାରୁ ତାଙ୍କ ଝିଅକୁ ଶ୍ଵଶୁର ଘର ଲୋକେ ନିର୍ଯାତନା ଦେବା ସହ ଘରକୁ ଚାଲି ଯିବାକୁ ଧମକ ଦେଉଥିଲେ ।

ତେବେ ଗତ ୧୩ ତାରିଖ ଦିନ ଯୌତୁକ ଲୋଭରେ ଶିବାନୀକୁ ମାଡ ମାରି ନିଆଁ ଲଗାଇ ପୋଡି ମାରି ଦେଇଥିବା ନେଇ ଜାଣି ବାପା ଗଗନ କୋରାପୁଟ ଜିଲ୍ଲା ପାଡୁଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ନ୍ୟାୟ ପାଇଁ ବର୍ତ୍ତମାନ ଓ ପରିବାର ଲୋକେ ମାଲକାନଗିରି ଏସପି ନିତେଶ ୱାଧୱାନିଙ୍କ ଦ୍ଵାରସ୍ଥ ହୋଇଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି, ନ୍ୟାୟ ନିଶ୍ଚିତ ମିଳିବ ବୋଲି ଶ୍ରୀ ୱାଧୱାନି ପ୍ରତିଶ୍ରୁତି ଦେବା ସହ ସେ ଏହା ଉପରେ ସମସ୍ତ ତଥ୍ୟ ସଂଗ୍ରହ କରିବେ ବୋଲି ପ୍ରକାଶ କରିଛନ୍ତି ।

ad-week
Leave A Reply

Your email address will not be published.