ନିର୍ବାଚନ ଡ୍ୟୁଟିରେ ଯାଇଥିବା ପୋଲିଂ ଅଧିକାରୀଙ୍କ ହୃଦ୍‌ଘାତରେ ମୃତ୍ୟୁ

add-all

ବଲାଙ୍ଗୀର: ନିର୍ବାଚନ ଡ୍ୟୁଟି ଯାଇଥିବା ପୋଲିଂ ଅଧିକାରୀଙ୍କ ମୃତ୍ୟୁ। ମୃତ ଶିକ୍ଷକଙ୍କ ନାଁ ସୁଶୀଲ କୁମାର ଆଚାର୍ଯ୍ୟ। ଆଗଲପୁର ପଟୁଆପାଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଥିଲେ ଶୁସିଲ। ନିର୍ବାଚନ ଡ୍ୟୁଟି ପାଇଁ ଟିଟିଲାଗଡ ଯାଇଥିଲେ। ଟିଟିଲାଗଡ଼ରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଭର୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ବଲାଙ୍ଗୀର ମେଡିକାଲରେ ମୃତ୍ୟୁ ହୋଇଥିଲା।

ସୂଚନା ଥାଉକି ସେକେଣ୍ଡ ପୋଲିଂ ଅଧିକାରୀ ଭାବେ ନିଯୁକ୍ତି ହୋଇ ଯାଇଥିଲେ। ସେଠାରେ ଅସୁସ୍ଥ ଅନୁଭବ କରିବାରୁ ବରିଷ୍ଠ ଅଧିକାରୀଙ୍କୁ ଜଣାଇଥିଲେ। ତୁରନ୍ତ ତାଙ୍କୁ ଟିଟିଲାଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ad-week
Leave A Reply

Your email address will not be published.