ମୋଦିଙ୍କ ଭକ୍ତ ହେଉଛନ୍ତି ଜଗନ୍ନାଥ, କହୁ କହୁ ଏମିତି କହିଦେଲେ ସମ୍ବିତ ପାତ୍ର: ଭାଇରାଲ ହେଉଛି ଭିଡିଓ

add-all

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପୁରୀରେ ଏକ ବିଶାଳ ରୋଡ ଶୋ’ କରିଛନ୍ତି। ମୋଦିଙ୍କ ସହ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ, ଏମ୍‌ପି ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଧାୟକ ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀ ଥିଲେ। ତେବେ ଏହା ଭିତରେ ସମ୍ବିତ ପାତ୍ରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ସେ କହିଛନ୍ତି, ମୋଦିଙ୍କୁ ଦେଖିବା ପାଇଁ ଲକ୍ଷାଧିକ ଲୋକଙ୍କ ଭିଡି ଜମିଛି। ମୋଦିଙ୍କ ଭକ୍ତ ଜଗନ୍ନାଥ। ଆମେ ସବୁ ମୋଦିଙ୍କ ପରିବାର ଜନ। ଏ ଅଦ୍ଭୁତ ଦୃଶ୍ୟ ଦେଖି ମୁଁ ଭବାପ୍ରବଣ। ମୋତେ ଲାଗୁଛି ସବୁ ଓଡ଼ିଆଙ୍କୁ ପାଇଁ ଆଜି ଗୋଟେ ବିଶେଷ ଦିନ। ସମ୍ବିତଙ୍କ ଏହି ଭାଇରାଲ ଭିଡିଓକୁ ନେଇ ଲୋକେ ତାଙ୍କୁ ଟାର୍ଗେଟ୍‌ କରୁଛନ୍ତି।
ସିଂହଦ୍ୱାର ସାମ୍ନାରୁ ମେଡିକାଲ ଛକ ପର୍ଯ୍ୟନ୍ତ ରୋଡ ଶୋ’ କରିଥିଲେ ପ୍ରଧାନମନ୍ତ୍ରୀ। ମୋଦିଙ୍କ ରୋଡ ଶୋ’ରେ ଲୋକଙ୍କ ପ୍ରବଳ ଭିଡ ଜମିଥିଲା। ଦୁଇ ପାର୍ଶ୍ୱରେ ଉପସ୍ଥିତ ଲୋକଙ୍କ ଅଭିବାଦନ ଗ୍ରହଣ କରିଥିଲେ ମୋଦି।

ad-week
Leave A Reply

Your email address will not be published.