ମଧ୍ୟବିତ୍ତଙ୍କ ପାଇଁ ସବୁବେଳେ କାମ କରନ୍ତି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ: ପାଣ୍ଡିଆନ

add-all

ଭୁବନେଶ୍ୱର : ୫-ଟି ଅଧ୍ୟକ୍ଷ ତଥା ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେଉଛି। ଏଥିରେ ସେ କହିଛନ୍ତି, ମଧ୍ୟବିତ୍ତ ହେଉଛନ୍ତି ସମାଜର ମେରୁଦଣ୍ଡ। ତେଣୁ ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ମଧ୍ୟବିତ୍ତଙ୍କ ପାଇଁ ସବୁବେଳେ କାମ କରନ୍ତି। ଏଥର ନିର୍ବାଚନ ଇସ୍ତାହାରରେ ମୁଖ୍ୟମନ୍ତ୍ରୀ ୪ଟି ଗୁରୁତ୍ୱପୂର୍ଣ୍ଣ କଥା ରଖିଛନ୍ତି। ଆପଣମାନେ ସବୁବେଳେ ଚାହୁଁଥିଲେ ସ୍ବାସ୍ଥ୍ୟ ପାଇଁ ବିଏସ୍‌କେଓ୍ବାଇ କାର୍ଡ ପାଇଁ।

ଏଥର ତାହା ଆମ ପ୍ରିୟ ମୁଖ୍ୟମନ୍ତ୍ରୀ କରିଛନ୍ତି। ସେହିପରି ଘର ପାଇଁ ଆପଣମାନେ ୨୦ ଲକ୍ଷ ପର୍ଯ୍ୟନ୍ତ ଋଣ ନେଇପାରିବେ। ପିଲାଛୁଆଙ୍କ ପାଠପଢ଼ା ପାଇଁ ଏଜୁକେଶନ ଲୋନ୍‌ ନେଇପାରିବେ। ସାଧାରଣ ଯାତ୍ରାରେ ମଧ୍ୟ କମ୍‌ ପଇସାରେ ଯାତ୍ରା କରିପାରିବେ। ମଧ୍ୟବିତ୍ତ ପରିବାରର ଉନ୍ନତି ହେଲେ ଓଡ଼ିଶା ଆଗେଇବ ବୋଲି ସେ ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି।

ad-week
Leave A Reply

Your email address will not be published.