ପୁରୁଣା ପୋଷ୍ଟ ପାଇଁ କଙ୍ଗନାଙ୍କୁ ଜୋରଦାର ବିରୋଧ, ପଥର ମାଡ଼

add-all

ନୂଆଦିଲ୍ଲୀ : ଅଭିନେତ୍ରୀରୁ ରାଜନେତ୍ରୀ ବନି ବିଜେପି ଟିକେଟରୁ ନିର୍ବାଚନ ଲଢ଼ୁଥିବା କଙ୍ଗନା ରାଣାୱତଙ୍କୁ ଜୋରଦାର ବିରୋଧ। ହିମାଚଳର ମଣ୍ଡିରୁ ପ୍ରାର୍ଥୀ ହୋଇଥିବା କଙ୍ଗନାଙ୍କୁ ସ୍ଥାନୀୟ ଲୋକ ଓ କଂଗ୍ରେସ କର୍ମୀମାନେ ଲାହାଉଲ ଏବଂ କାଜା ଠାରେ କଳା ପତାକା ପ୍ରଦର୍ଶିତ କରିଛନ୍ତି। ତାଙ୍କ କାରକେଡ ଉପରକୁ ମଧ୍ୟ ପଥର ମାଡ଼ କରାଯାଇଥିବା ମଧ୍ୟ ଅଭିଯୋଗ ହୋଇଛି।
କଂଗ୍ରେସ କର୍ମୀଙ୍କ ସହ ମିଶି ସ୍ଥାନୀୟ ଅଞ୍ଚଳର ଲୋକମାନେ କଙ୍ଗନା ଗୋ-ବ୍ୟାକ ନାରା ଦେଇଥିଲେ। କଙ୍ଗନା ଆମ ପାଇଁ କାମ କରିପାରିବେ ନାହିଁ ବୋଲି ସେମାନେ କହିଛନ୍ତି। ଗତବର୍ଷ ଏପ୍ରିଲ ମାସରେ ତିବ୍ବତୀୟ ଧର୍ମଗୁରୁ ଦଲାଇଲାମାଙ୍କ ସମ୍ପର୍କରେ କଙ୍ଗନା କରିଥିବା ପୋଷ୍ଟ ପାଇଁ ତାଙ୍କୁ ଏବେ କାଜା ଠାରେ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି।
କଙ୍ଗନା ଗତବର୍ଷ ଦଲାଇଲାମାଙ୍କ ଗୋଟିଏ ମେମକୁ ଶେୟାର କରି ଏଥିରେ ଲେଖିଥିଲେ ଯେ “ହ୍ୱାଇଟ ହାଉସରେ ଦଲାଇ ଲାମାଙ୍କୁ ଭବ୍ୟ ସ୍ୱାଗତ।” ଫଟୋଶପରେ ତିଆରି କରାଯାଇଥିବା ଉକ୍ତ ମେମରେ ଦଲାଇ ଲାମ ନିଜର ଜିଭ ବାହରକୁ କାଢ଼ିଛନ୍ତି। ଏଥିରେ ଜୋ ବାଇଡେନ ମଧ୍ୟ ରହିଥିଲେ। ଏଥିରେ ଲେଖା ଯାଇଥିଲା ଯେ ଉଭୟଙ୍କର ସମାନ ରୋଗ ରହିଛି। ନିଶ୍ଚିତ ଭାବେ ଏମାନେ ଦୁଇ ଜଣ ବନ୍ଧ।
ଘଟଣା ପରେ ବୌଦ୍ଧ ଧର୍ମାବଲମ୍ବୀମାନେ କଙ୍ଗନାଙ୍କ ମୁମ୍ବାଇ ସ୍ଥିତ ଅଫିସ ବାହାରେ ବିକ୍ଷୋଭ କରିଥିଲେ। ବିବାଦ ବଢ଼ିବାରୁ କଙ୍ଗନାଙ୍କୁ କ୍ଷମା ମାଗିବାକୁ ମଧ୍ୟ ପଡ଼ିଥିଲା। ହେଲେ ଏବେ ଉକ୍ତ ପ୍ରସଙ୍ଗ ତାଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି।
ଆଜିର ବିରୋଧ ସମୟରେ ବରିଷ୍ଠ ବିଜେପି ନେତା ଜୟରାମ ରମେଶ ମଧ୍ୟ କଙ୍ଗନାଙ୍କ ସହ କାଜାରେ ରହିଥିଲେ। କଂଗ୍ରେସ କର୍ମୀମାନେ ବିଜେପିର ମିଟିଂରେ ବିଶୃଙ୍ଖଳା କରିବା ପାଇଁ ଏପରି କରିଛନ୍ତି। ସେଠାରୁ ଫେରିବା ବେଳେ ସେମାନଙ୍କ କାରକେଡ ଉପରକୁ ପଥର ମାଡ଼ ହୋଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।
ଜୟରାମ ଠାକୁର କହିଛନ୍ତି, “ଉକ୍ତ ସ୍ଥାନରେ ସମାନ ସମୟରେ ଉଭୟ କଂଗ୍ରେସ ଓ ବିଜେପିକୁ ରାଲି କରିବାକୁ ଅନୁମତି ଦିଆଯିବା ଦୁର୍ଭାଗ୍ୟଜନକ ବିଷୟ। ଆମ ରାଲିରେ ବିଶୃଙ୍ଖଳା କରିବାକୁ ଉଦ୍ୟମ ହୋଇଛି। କଂଗ୍ରେସ କର୍ମୀମାନେ ଆପତ୍ତିଜନକ ନାରାବାଜୀ କରିବା ସହ ଆମ କାରକେଡକୁ ଅଟକାଇଥିଲେ।
ସେମାନେ ପଥରମାଡ଼ କରିବାରୁ ଜଣେ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି। ଆମେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଚାର ପାଇଁ ଯାଇଥିଲି। କିନ୍ତୁ କେବେ ବି କୌଣସି ସ୍ଥାନରେ ଏପରି ଘଟଣା ଘଟି ନଥିଲା। କଂଗ୍ରେସ ଏବେ ହତାଶ ହୋଇ ପଡ଼ିଛି। ଆମେ ଏ ସମ୍ପର୍କରେ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେବୁ।”
ଲାହାଉଲ ଓ କାଜା ଏସ୍‌ପି ମୟଙ୍କ ଚୌଧୁରୀ କହିଛନ୍ତି ଯେ କଂଗ୍ରେସ ଓ ବିଜେପି କର୍ମୀ ମୁହଁମୁହିଁ ହୋଇଥିଲେ। ହେଲେ ଦୁଇ ପକ୍ଷ ମାରପିଟ କରି ନାହାନ୍ତି। କେହି ବି ଆହତ ହୋଇ ନାହାନ୍ତି।

ad-week
Leave A Reply

Your email address will not be published.