ମୋଦିଙ୍କ ଭକ୍ତ ଜଗନ୍ନାଥ: ସମ୍ବିତ ପାତ୍ରଙ୍କ ବୟାନକୁ ନିନ୍ଦା କଲେ ନବୀନ

add-all

ଭୁବନେଶ୍ୱର,୨୦।୫: ସମ୍ବିତ ପାତ୍ରଙ୍କ ବିବୃତ୍ତିକୁ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥ ସମଗ୍ର ବିଶ୍ୱର ଠାକୁର ତାଙ୍କୁ ଅନ୍ୟ ଜଣେ ମନୁଷ୍ୟର ଭକ୍ତ କହିବା ମହାପ୍ରଭୁଙ୍କ ପ୍ରତି ସବୁଠୁ ବଡ଼ ଅପମାନ। ଏହା ବିଶ୍ୱର କୋଟି କୋଟି ଜଗନ୍ନାଥ ଭକ୍ତ ଓ ଓଡ଼ିଆମାନଙ୍କ ଭାବାବେଗ ଏବଂ ବିଶ୍ୱାସକୁ କ୍ଷତାକ୍ତ କରିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ପୁରୀରେ ଏକ ବିଶାଳ ରୋଡ ଶୋ’ କରିଛନ୍ତି। ଏହି ସମୟରେ ଭାଜପା ନେତା ସମ୍ବିତ ପାତ୍ର କହିଛନ୍ତି ମୋଦିଙ୍କୁ ଦେଖିବା ପାଇଁ ଲକ୍ଷାଧିକ ଲୋକଙ୍କ ଭିଡ ଜମିଛି। ମୋଦିଙ୍କ ଭକ୍ତ ଜଗନ୍ନାଥ। ଆମେ ସବୁ ମୋଦିଙ୍କ ପରିବାର ଜନ। ଏ ଅଦ୍ଭୁତ ଦୃଶ୍ୟ ଦେଖି ମୁଁ ଭାବପ୍ରବଣ। ମୋତେ ଲାଗୁଛି ସବୁ ଓଡ଼ିଆଙ୍କୁ ପାଇଁ ଆଜି ଗୋଟେ ବିଶେଷ ଦିନ। ସମ୍ବିତଙ୍କ ଏଭଳି ବୟାନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ad-week
Leave A Reply

Your email address will not be published.