ଗୁଣିଗାରେଡି ସନ୍ଦେହରେ ଜଣକୁ ନିର୍ଧୁମ ମାଡ ମାରିଲେ ଗ୍ରାମବାସୀ

add-all

ମାଲକାନଗିରି : ଏଭଳି ଚକିତ କଲା ଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଏମଭି ୭୯ ଥାନା ଅନ୍ତର୍ଗତ ଟାଙ୍ଗୁରଗୁଡା ଗ୍ରାମରେ। ଗ୍ରାମର କିଛି ବ୍ୟକ୍ତିଙ୍କୁ ସ୍ଵପ୍ନ ହେଲା ସେହି ଗ୍ରାମର ଜଣେ ବ୍ୟକ୍ତିଙ୍କ ଗୁଣିଗାରେଡି ଯୋଗୁଁ ଗ୍ରାମରେ ଲୋକଙ୍କ ସ୍ୱାସ୍ଥ୍ୟ ରେ ପ୍ରଭାବ ପଡୁଛି। ଏହାକୁ ନେଇ ଗ୍ରାମରେ କଙ୍ଗାରୁ କୋର୍ଟ କରାଯାଇ ସନ୍ଦେହରେ ଗୁଣି ଗାରେଡ଼ି କରୁଥିବା ଅଭିଯୋଗ କରି ବ୍ୟକ୍ତି ଜଣକୁ ମାରପିଟ କରିବା ସହ ଗଛରେ ଫାଶୀ ଦେଇ ହତ୍ୟାର ଧମକ ମଧ୍ୟ ଦିଆଯାଇଛି । ସୂଚନା ମୁତାବକ କିଛିଦିନ ତଳେ ଏହି ଗ୍ରାମର ଲୋକଙ୍କୁ ସ୍ୱପ୍ନ ଆସିଥିଲା ଯେ ସେହି ଗ୍ରାମର ଚେନସା ମାଡି ନାମକ ଜଣେ ବ୍ୟକ୍ତି ଗୁଣିଗାରେଣି କରୁଛି ଓ ସେଥିସକାଶେ ଗ୍ରାମରେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳୁଛି। ଏ ନେଇ ଗ୍ରାମରେ ଏକ କଙ୍ଗାରୁ କୋର୍ଟ କରାଯାଇ ଚେନସାକୁ ଜୀବନରୁ ମାରିଦେବାକୁ ଯୋଜନା କରାଯଇଥିଲା l ଯୋଜନା ମୁତାବକ ଆଜି ସକାଳେ ଗ୍ରାମର କିଛି ଲୋକ ପ୍ରଥମେ ଚେନସା ଘରକୁ ଯାଇ ତାକୁ ମାରପିଟ କରିବା ସହ ତାପରେ ଛତ୍ତିଶଗଡ଼ ସୀମାବର୍ତ୍ତୀ ଶାବେରୀ ନଦୀ କୂଳକୁ ନେଇ ନିର୍ଧୁମ ମାଡ ମାରିଥିଲେ। ଏହାପରେ ଚେନସା କୁ ନେଇ ତାଘରେ ଛାଡିବା ସହ ଏ ବାବଦରେ କାହାରିକୁ ଜଣାଇଲେ ହତ୍ୟା କରିଦିଆଯିବ ବୋଲି ଧମକ ଦିଆଯାଇଥିଲା ବୋଲି ଚେନସା ପକ୍ଷ୍ୟରୁ ଅଭିଯୋଗ ହୋଇଛି। ଅଭିଯୋଗ ପାଇ ଏମଭି ୭୯ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ କରିବା ସହ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି l ସାରାଦିନ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ପୋଲିସ ପକ୍ଷରୁ ଘଟଣାର ତଦନ୍ତ ପରେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.