ମତଦାନ ବେଳେ ଗଣ୍ଡଳା ମତଦାନ କେନ୍ଦ୍ରରେ ୨ ଗୋଷ୍ଠୀ ହାତାହାତି

add-all

ହିଞ୍ଜିଳିକାଟୁ, ତା ୨୦/୫ : ସୋମବାର ଆସିକା ସଂସଦୀୟ କ୍ଷେତ୍ର ଅଧିନସ୍ଥ ୭ଟି ବିଧାନସଭା ଆସନ ସକାଶେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ହିଞ୍ଜିଳିକାଟୁ ବ୍ଳକ ତଥା ବେଲଗାଁ ଥାନା ଗଣ୍ଡଳା ଗ୍ରାମର ମତଦାନ କେନ୍ଦ୍ରରେ ସୋମବାର ଅପରାହ୍ନରେ କୈାଣସି କଥାକୁ କେନ୍ଦ୍ର କରି ୨ ଗୋଷ୍ଠୀ ମଧ୍ୟରେ ହାତାହାତି ହୋଇଥିବା ଦେଖିବାକୁ ମିଳିଛି। ଗଣ୍ଡଳା ପଞ୍ଚାୟତର ସମିତିସଭ୍ୟ ଓ ପୂର୍ବତନ ସରପଞ୍ଚ ପ୍ରତିନିଧିଙ୍କ ମଧ୍ୟରେ କୈାଣସି କଥାକୁ କେନ୍ଦ୍ର କରି ପାଟିତୁଣ୍ଡ ହୋଇଥିଲା। ଉଭୟ ଗୋଷ୍ଠୀର ଆକ୍ରମଣରେ ୩ ଜଣ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ପୁଲିସ ହସ୍ତକ୍ଷେପ ପରେ ୨ ଗୋଷ୍ଠୀ ବେଲଗାଁ ଥାନାର ଦ୍ବାରସ୍ଥ ହୋଇଥିଲେ। ପରବର୍ତ୍ତୀ ସମୟରେ ଉଭୟ ଗୋଷ୍ଠୀ ମଧ୍ୟରେ ଆପୋଷ ବୁଝାମଣା କରି ଥାନାରୁ ଫେରିଥିବା ଜଣାପଡିଛି। ଅନୁରୂପ ଭାବେ ହିଞ୍ଜିଳିକାଟୁ ବ୍ଳକ ବୁରୁପୋଡା, ବଳରାମପୁର, ଗୋପିନାଥପୁର, ସାରୁ ଏବଂ ସ୍ଥାନୀୟ ପୈରାଞ୍ଚଳର ହିଞ୍ଜିଳି, ନୂଆଁଗଡ, ଆଙ୍କୋରଡା, ଏନଏସି ହାଇସ୍କୁଲ ମତଦାନ କେନ୍ଦ୍ରରେ ମତଦାନକୁ କେନ୍ଦ୍ର କରି ଉତ୍ତେଜନା ଦେଖିବାକୁ ମିଳିଥିଲା। ପୁଲିସ ହସ୍ତକ୍ଷେପ ପରେ ଉତ୍ତେଜନା ଥମିଥିବା ଜଣାପଡିଛି। ମୋଟାମୋଟି ଭାବରେ କୈାଣସି ମତଦାନ କେନ୍ଦ୍ରରେ ବଡ ଧରଣର ହିଂସାକାଣ୍ଡ ଘଟି ନଥିବା ଜଣାପଡିଛି।

ad-week
Leave A Reply

Your email address will not be published.