
ଫୁଲବାଣୀ: ରେଭେନ୍ସା ବିଶ୍ବବିଦ୍ୟାଳୟର ଇତିହାସ ବିଭାଗରେ ପିଏଚଡ଼ି ଗବେଷଣା କରୁଥିବା ଆଦିବାସୀ ଅଧୁଷିତ କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଳକ୍ ଅନ୍ତର୍ଗତ ତଲାରି ମାହ। ଗ୍ରାମପଞ୍ଚାୟତର ଦୁର୍ଗମ ଗଟାମାହା ଗ୍ରାମର ରାଜେଶ କୁମାର ବଗର୍ତ୍ତୀ ଏବେ ଚର୍ଚ୍ଚାରେ । ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ସହ ଅନ୍ୟାନ୍ୟ ଜିଲ୍ଲା ଗୁଡ଼ିକର ରୁ ବିଭିନ୍ନ ଗ୍ରାମରେ ଆନୁଷଙ୍ଗିକ ଭିତ୍ତିଭୂମି ବିକାଶ ସହ ବିଭିନ୍ନ ସମସ୍ୟାର ସମାଧାନ କୁ ପାଇଁ ରାଜେଶ ଗତ ୨୦୧୫ ମସିହା ଠାରୁ ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ରାଜ୍ୟପାଳ ଓ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ଏବଂ ର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ଚିଠି ପତ୍ର ଲେଖ୍ ଅବଗତ କରାଇବା ସହ ଗତ ୨୦୧୭ ମସିହା ଠାରୁ ସେ ନିଜର ଟୁଇଟର ଆକାରଣ୍ଟ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଟୁଇଟର ସୋସିଆଲ ମିଡ଼ିଆ ଅଭିଯୋଗ ପ୍ରକୋଷ୍ଠକୁ ଟୁଇଟ୍ କରି ବିଭିନ୍ନ ସମସ୍ୟାର ସମାଧାନ କରି ଆସୁଛନ୍ତି । ଆଜି ତାଙ୍କ ଟୁଇଟ୍ ସଂଖ୍ୟା ୮୨ ହଜାର ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ଲେଖୁଥୁବା ଚିଠିପତ୍ର ସଂଖ୍ୟା ୭ ହଜାର ରୁ ଉର୍ଦ୍ଧ୍ଵରେ ବେଳେ ଉଭୟ ମିଶି ୮୯ ହଜାର ଅତିକ୍ରମ କରିଛି । କେବଳ ସେତିକିରେ ସୀମିତ ନୁହେଁ ତାଙ୍କ ପ୍ରୟାସ । ତାଙ୍କ ଟୁଇଟ୍ ଏବଂ ଚିଠି ର ପ୍ରଭାବରେ ଆଜି ସୁଦ୍ଧା ସାରା ରାଜ୍ୟର ବିଭିନ୍ନ କ୍ଷେତ୍ରରେ ୭୦ ହଜାର ରୁ ଉର୍ଦ୍ଧ ସଂଖ୍ୟକ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିଛି । ତାଙ୍କରି ଉଦ୍ୟମରେ ବିଶେଷ କରି ଆଦିବାସୀ ଅଶ୍ରୁଷିତ ଜିଲ୍ଲା ଏବଂ ଅନ୍ୟାନ୍ୟ ଜିଲ୍ଲା ଗୁଡ଼ିକର ବିଭିନ୍ନ ଗ୍ରାମକୁ ପ୍ରଧ ନମନ୍ତ୍ରୀ ଗ୍ର ମ୍ୟ ସଡ଼କ ଯୋଜନା ଏବଂ ମୁଖ୍ୟ ମନ୍ତ୍ରୀ ସଡ଼କ ଯୋଜନା ମାଧ୍ଯମରେ ପକ୍କା ରାସ୍ତା ନିର୍ମାଣ, ବିଦ୍ୟୁତ୍ ସଂଯୋଗ, ମନରେଗା ଯୋଜନାରେ ମାଧ୍ଯମରେ ରାସ୍ତା ନିର୍ମାଣ, ସିମେଣ୍ଟ କଂକ୍ରିଟ ରାସ୍ତା ନିର୍ମାଣ, ବି.ଏସ୍.ଏନ୍. ଏଲ୍ ଓ ରିଲାଏନ୍ସ ଜିଓ ଟାୱାର ନିର୍ମାଣ, ସ୍ୱଚ୍ଛ ପାନୀୟ ଜଳ ଯୋଗାଣ, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା, ଗ୍ରାମୀଣ ଆଲୋକିକରଣ, ଗୋଷ୍ଠୀ ଗୃହ ନିର୍ମାଣ,ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ, ଜଙ୍ଗଲ ସୁରକ୍ଷା ନିମନ୍ତେ ବନ ସଂରକ୍ଷଣ ସମିତି ଗଠନ ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ଆଦି ବାସୀ ମାନଙ୍କର କଳା, ସଂସ୍କୃତି, ପରମ୍ପରା ସଂରକ୍ଷଣ ନିମନ୍ତେ ଉଦ୍ୟମ, ଗରିବ ଜନସାଧାରଣଙ୍କୁ ଗ୍ରାମୀଣ ଗୃହ ଯୋଜନାରେ ଗୃହ ଯୋଗାଣ, ବାଦ୍ଧକ୍ୟ, ବିଧବା, ଭିନ୍ନକ୍ଷମ ଶ୍ରେଣୀର ଲୋକଙ୍କୁ ଭତ୍ତା ଯୋଗାଣ ଏବଂ ଗରିବ ଶ୍ରେଣୀର ଜନସାଧାରଣଙ୍କୁ ଖାଉଟି କାର୍ଡ ଯୋଗାଣ ହୋଇପାରିଛି। ପ୍ରତିଦିନ ରାଜ୍ୟର ବିଭିନ୍ନ ଖବରକାଗଜକୁ ପଢ଼ି ସେଇଥୁରୁ ବିଭିନ୍ନ ଅଞ୍ଚଳର ଭିନ୍ନ ଭିନ୍ନ ସମସ୍ୟା ବିଷୟରେ ଅବଗତ ହେବା ପରେ ସେ ସେହି ଗୁଡ଼ିକର ତ୍ୱରିତ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଟୁଇଟର ସୋସିଆଲ ମିଡ଼ିଆ ଅଭିଯୋଗ ପ୍ରକୋଷ୍ଠ ସହ ବିଭିନ୍ନ ବିଭାଗକୁ ଟୁଇଟର ମାଧ୍ଯମରେ ଟୁଇଟ୍ କରି ଅବଗତ କର ଇଥାନ୍ତି। ଏହା ବ୍ୟତୀତ କରୋମ ମହାମାରୀ ଯୋଗୁଁ ସମଗ୍ର ଦେଶରେ ଲକଢାଉନ୍ ଯୋଗୁଁ ଶିକ୍ଷାନୁଷ୍ଠାନ ଗୁଡିକ ବନ୍ଦ ହୋଇଥିଲା । ସେହି ସମୟରେ ଗ୍ରାମୀଣ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ଅବନତି ସୃଷ୍ଟି ହେବ ଏହାକୁ ହୃଦବୋଧ କରି ସେ ସେହି ସମୟ ଠାରୁ ଆଜିପର୍ଯ୍ୟନ୍ତ ଗ୍ରାମର ପ୍ରଥମ ଠାରୁ ପିଜି ଶ୍ରେଣୀର ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ପ୍ରତିଦିନ ନିଜ ଘର ପିଣ୍ଡାରେ ନିଶୁଳ୍କରେ ଶିକ୍ଷା ଦାନ କରିବା ସହ ଉଭୟ ସେ ଛାତ୍ରବୃତ୍ତି ବାବଦରେ ଏବଂ ଧାନ ଚାଷ କରି ଯେଉଁ ଟଙ୍କା ପାଆନ୍ତି ସେହି ଟଙ୍କାରେ ଗ୍ରାମର ଛାତ୍ରଛାତ୍ରୀମ ନଙ୍କୁ ପାଠ୍ୟ ଉପକରଣ କିଣି ଯୋଗାଇ ଦେଇଥାନ୍ତି। ଉଚ୍ଚ ଶିକ୍ଷା ସହ ସରା ରାଜ୍ୟର କୋଣ ଅନୁକୋଣର ଖବର ସମସ୍ୟାକୁ ରାଜ୍ୟ ସରକାରଙ୍କ ନିକଟରେ ପହଞ୍ଚାଇବା ଭଳି କାର୍ଯ୍ୟ ଏବେ ତାଙ୍କର ନିଶା ପାଲଟି ଯାଇଛି । ଏହି ସବୁ ସାମାଜିକ ଓ ବିକାଶ ମୂଳକ କାର୍ଯ୍ୟ ଗୁଡ଼ିକର ତ୍ବରିତ ସମାଧାନ ଏବଂ ସହଯୋଗ ପାଇଁ ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ, ମୋ ସରକାର ୫ ଟି ସଚିବ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଏବଂ କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ଜନସଧାରଣଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି। ଆଗକୁ ଶେଷ ନିଃଶ୍ଵାସ ଥିବା ପର୍ଯ୍ୟନ୍ତ ଏହି ସାମାଜିକ ଓ ବିକାଶ ମୂଳକ କାର୍ଯ୍ୟଧାରା ଜାରି ରଖବେ ବୋଲି ରାଜେଶ ମତ ପ୍ରକାଶ କରିଛନ୍ତି l