
ଛତ୍ରପୁର : ପ୍ରତ୍ୟେକ ଦୁଇ ବର୍ଷକୁ ଥରେ ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା ରାମାୟାଣାମ୍ମା ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହୋଇ ଆସୁଛି । ଚଳିତ ବର୍ଷ ଏହି ଯାତ୍ରା ମେ ୨୭ ତାରିଖରୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା ଅନୁଷ୍ଠିତ ହେବ । ଏଥି ନିମନ୍ତେ ଯାତ୍ରା କମିଟି ପକ୍ଷରୁ ବିଭିନ୍ନ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଏହି ଯାତ୍ରା କିପରି ଶାନ୍ତି ଶୃଙ୍ଖଳା ହୋଇପାରିବ ସେଥି ନିମନ୍ତେ ଆଜି ପ୍ରଶାସନ ପୋଲିସ୍ ଓ ଯାତ୍ରା କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଶୁକ୍ରବାର ଛତ୍ରପୁର ଉପଜିଲ୍ଲାପାଳ ଦେବଦତ୍ତ ମହାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସ୍ୱଚ୍ଛତା, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ, ଆଇନ ଶୃଙ୍ଖଳା ଉପରେ ମୁଖ୍ୟତଃ ଆଲୋଚନା କରାଯାଇଥିଲା । ଯାତ୍ରା ସମୟରେ ସହର ଯେପରି ସ୍ୱଚ୍ଛତା ରହିବ ସେଥି ନିମନ୍ତେ ଉଠା ଦୋକାନୀ ଠାରୁ ଆରମ୍ଭ କରି ସମସ୍ତ ଦୋକାନୀ ମାନେ ପରିବେଶ କିପରି ସ୍ୱଚ୍ଛତା ରଖିବେ ସେଥି ନିମନ୍ତେ ଧ୍ୟାନ ଦେବା ସହିତ ଡଷ୍ଟବିନ୍ ର ବ୍ୟବହାର କରିବେ । ଜନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପାନୀୟ ଜଳ ଯୋଗାଣ ଏବଂ ଏନଏସି ପକ୍ଷରୁ ବିଭିନ୍ନ ସ୍ଥାନରେ ଜନ ସାଧଯାରଣଙ୍କ ନିମନ୍ତେ ଜଳ ଛତ୍ର ଖୋଲାଯୀବା ଏବଂ ସଫେଇ ଉପରେ ଗୁରୁତ୍ୱ ଦିଆଯାଇଛି । ଲୋକମାନେ କିପରି ସୁରକ୍ଷିତ ଭାବେ ଯାତ୍ରା ର ଉପଭୋଗ କରିବେ ସେଥି ନିମନ୍ତେ ପୋଲିସ୍ ପ୍ରଶାସନ ପକ୍ଷରୁ ପୋଲିସ୍ ମୃତୟନ ସହ ସ୍ୱେଚ୍ଛାସେବୀ ମାନେ ନିୟୋଜିତ ହେବେ । ପାର୍କିଂ, ଟ୍ରାଫିକ୍ ସମସ୍ୟା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।
ଜନ ସାଧାରଣଙ୍କ ହିତ ନିମନ୍ତେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ଅସ୍ଥାୟୀ କ୍ୟାମ୍ପ କରାଯିବା ସହ ଓଆରଏସ, ପ୍ରାଥମିକ ଚିକିତ୍ସା ଯୋଗାଇଦିଆଯିବା ସହିତ ବିଭିନ୍ନ କର୍ମଚାରୀ ମାନେ ଉପସ୍ଥିତ ରହିବେ । ଅପରାଧି ମାନଙ୍କ ଗତିବିଧି ଜାଣିବା ନିମନ୍ତେ ଛତ୍ରପୁର ସହରର ବିଭିନ୍ନ ସ୍ଥାନରେ ସିସି ଟିଭି କ୍ୟାମେରା ଲଗାଜିବ । ପୋଲିସ୍ ପକ୍ଷରୁ ଏକ କଣ୍ଟ୍ରୋଲ ରୁମ କରାଯିବା ସହ ଫାୟାର କର୍ମଚାରୀ ମାନେ ଅଗ୍ନି ନିରାପତ୍ତା ପାଇଁ ସତର୍କତା ରହିବେ । ରାତି ୧୦ ଟା ପରେ ଡିଜେ କୁ ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି । ଯାତ୍ରାରେ ସ୍ୱେଚ୍ଛଚାସେବୀ ମାନେ କିପରି ଲୋକଙ୍କ ସୁବିଧା ଅସୁବିଧା ସମୟରେ ସେମାନଙ୍କ ସାହାର୍ଯ୍ୟ କରିପାରିବେ ଓ କୌଣସି ପ୍ରକାର ସମସ୍ୟା ଉପୁଜିଲେ ତୁରନ୍ତ ପୋଲିସ୍ ସମେତ ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇବେ ସେଥି ନିମନ୍ତେ ଆସନ୍ତା କାଲି ଛତ୍ରପୁର ଥାନା ପରିସରରେ ପୋଲିସ୍ ଓ ସ୍ୱେଚ୍ଛାସେବୀ ମାନଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହେବ । ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ଯୋଗାଯୋଗ ନମ୍ବର କୁ ମନ୍ଦିର ପରିସରରେ ଲେଖାଯିବ । ଯାହାଦ୍ୱାରା କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଲେ ସ୍ୱେଚ୍ଛାସେବୀ ଓ ସାଧାରଣ ଲୋକମାନେ ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇ ପରିବେ । ସ୍ଥାନୀୟ ଅନସ୍ଲୋ ମିନି ଷ୍ଟାଡିୟମ ଓ ଷ୍ଟାଡିଅମ ପରିସରରେ ଲୋକଙ୍କ ମନୋରଞ୍ଜନ ନିମନ୍ତେ ଯାତ୍ରା କମିଟି ପକ୍ଷରୁ ମୀନା ବଜାର ଓ ରାମ ଦୋଳି ସମେତ ବିଭିନ୍ନ ଖେଳ ସାମଗ୍ରୀ ର ଆୟୋଜନ କରାଯିବ ବୋଲି କମିଟି ପକ୍ଷରୁ ବୈଠକରେ ସୂଚନା ଦିଆଯାଇଛି । ବିଦ୍ୟୁତ ସରବରାହ ସଠିକ୍ ଭାବେ କରିବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ଉପଜିଲ୍ଲାପାଳ ଶ୍ରୀ ମହାନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ଯାତ୍ରା କିପରି ଶାନ୍ତି ଶୃଙ୍ଖଳା ଭାବେ ଲୋକମାନେ ଉପଭୋଗ କରିପାରିବେ ସେଥି ନିମନ୍ତେ ସମସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଯାତ୍ରା କମିଟି ପକ୍ଷରୁ ମାଙ୍କ ଘଟ ପ୍ରତ୍ୟେକ ଦିନ କେଉଁ କେଉଁ ସାହି ପରିକ୍ରମା କରିବେ ତାହାର ତାଲିକା ପ୍ରସ୍ତୁତ କରି ଆଗୁଆ ବିଭିନ୍ନ ଅଧିକାରୀ ମାନଙ୍କୁ ପ୍ରଦାନ କରିବେ । ଏହା ସହିତ ସ୍ୱଚ୍ଛତା ଉପରେ ଏନଏସି ଓ ଯାତ୍ରା କମିଟି ଗୁରୁତ୍ୱ ଦେବା ନିମନ୍ତେ ବୈଠକରେ ଉପଜିଲ୍ଲାପାଳ କହିଥିଲେ । ଏହି ପ୍ରସ୍ତୁତି ବୈଠକରେ ଯାତ୍ରା କମିଟିର ମ୍ୟାନେଜର ସି. ଏଚ. ଦୟାନନ୍ଦ ରେଡ୍ଡୀ, ଆସିଷ୍ଟାଣ୍ଟ ମ୍ୟାନେଜର ସମରେନ୍ଦ୍ର ସେନାପତି, ଆଇନଜୀବୀ ରଞ୍ଜନ କୁମାର ମହାପାତ୍ର, ଛତ୍ରପୁର ଏସଡିପିଓ ଗୌରହରି ସାହୁ, ଛତ୍ରପୁର ତହସିଲଦାର ଦିବ୍ୟା ମହାନ୍ତି, ଛତ୍ରପୁର ଥାନା ଅଧିକାରୀ ନିରୋଦ କୁମାର ଦାସ, ବିଦ୍ୟୁତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ରାଜକିଶୋର ବଲ୍ଲଭ, ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଅଧିକ୍ଷକ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ଗୌଡ଼, ଜନ ସ୍ୱାସ୍ଥ୍ୟ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ କୁମାର ଶତପଥି, ଯାତ୍ରା କମିଟିର ସଦସ୍ୟ କୁନି ଦାସ, ଏସ. କ୍ରିଷ୍ଣା ରାଓ ଓ ଏନ. ଦୁର୍ଗା ପ୍ରସାଦଙ୍କ ସମେତ ବିଭିନ୍ନ ବିଭାଗ ର ଅଧିକାରୀ କମିଟି ସଭ୍ୟ ମାନେ ଉପସ୍ଥିତ ଥିଲେ l