ବାଣଯାତ୍ରାରେ ଅଘଟଣ, ବାଣ ବିସ୍ଫୋରଣରେ ୮ ଆହତ ସମେତ ଜଣେ ଗୁରୁତର

youtube

ହିଞ୍ଜିଳିକାଟୁ : ବୁଧବାର ଠାରୁ ଆରମ୍ଭ ହୋଇଥିବା ହିଞ୍ଜିଳିକାଟୁ ସହରର ଇଷ୍ଟଦେବ ଶ୍ରୀ ଲକ୍ଷ୍ମୀ ନୃସିଂହ ଠାକୁରଙ୍କ ତ୍ରିଦିନାତ୍ମକ ଯାତ୍ରାତ୍ସୋବ ଚାଲୁ ରହିଛି। ଯାତ୍ରାର ମଧ୍ୟମ ଦିବସ ଗୁରୁବାର ବିଳମ୍ବିତ ରାତିରେ କେଉଟବାଡ ପକ୍ଷରୁ ବାଣଯାତ୍ରା ଅନୁଷ୍ଠିତ ହୋଇଥିଲା। ବାଣ ଫୁଟାଇବା ସମୟରେ ବିସ୍ପୋରଣ ଘଟି ଜଣେ ଗୁରୁତର ଆହତ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଗୁରୁତର ଆହତ ଜଣଙ୍କ ହେଲେ ଆସିକା ଥାନା ଖଡଭାଗ ଗ୍ରାମର ରାମଚନ୍ଦ୍ର ବେହେରା (୨୮) । ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ଓ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି।‌ ହିଞ୍ଜିଳିକାଟୁ ଲକ୍ଷ୍ମୀ ନୃସିଂହ ଯାତ୍ରାରେ ବାଣଯାତ୍ରା ପ୍ରସିଦ୍ଧ ଲାଭ କରିଛି। ବାଣଯାତ୍ରା ଦେଖିବା ସକାଶେ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ୪୦ ରୁ ଉର୍ଦ୍ଧ୍ବ ଗ୍ରାମରେ ଶ୍ରଦ୍ଧାଳୁ ଓ ଯାତ୍ରା ପ୍ରେମୀଙ୍କ ସମାଗମ ହୋଇଥାଏ। ଗୁରୁବାର କେଉଟବାଡ ପକ୍ଷରୁ ଯାତ୍ରା ପରିଚାଳନା କରିବା ପ୍ରେମ ବିଳମ୍ବିତ ରାତ୍ରୀରେ ଲକ୍ଷ୍ମୀ ନୃସିଂହ ମନ୍ଦିର ସମ୍ମୁଖରେ ବାଣଯାତ୍ରା ଅନୁଷ୍ଠିତ ହୋଇଥିଲା। ବାଣ କାରିଗର ଜଣଙ୍କ ବାଣ ଫୁଟାଉଥିବା ବେଳେ ବିସ୍ଫୋରଣ ଘଟି ଚର୍ତୁପାଶ୍ୱରେ ଉ ବାଣ ନିଆଁ ଛିଟିକି ପଡିଥିଲା।‌ ବାଣ ନିଆଁରେ ରାମଚନ୍ଦ୍ର ଗୁରୁତର ଆହତ ହୋଇଥିବା ବେଳେ ୮ ଜଣ ଆହାତ ହୋଇଥିଲେ। ପ୍ରକାଶ ଥାଉକି, ଗୁରୁତର ରାମଚନ୍ଦ୍ର, ଗୁରୁବାର ବାଣଯାତ୍ରା ଦେଖିବା ପାଇଁ ମାମୁଁ ଘର ଗ୍ରାମ ହିଞ୍ଜିଳିକାଟୁ ଆସିଥିଲେ ।

Leave A Reply

Your email address will not be published.