କୁକର୍ମ ଅଭିଯୋଗରେ ଦୁଇ ଯୁବକ ଗିରଫ ପରେ କୋର୍ଟ ଚାଲାଣ…

youtube

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅଧୀନରେ ଥିବା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ପୁତ୍ରିଖମଣ ପଞ୍ଚାୟତ ସ୍ଥିତ ଦୁମାଙ୍ଗଦିରୀ ଗ୍ରାମର ଜନୈକ ମାନସିକ ବିକାରଗ୍ରସ୍ତ ଯୁବତୀକୁ କୁକର୍ମ ଅଭିଯୋଗରେ ଦୁଇ ଯୁବକ କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ପୋଲିସ ପକ୍ଷରୁ ପ୍ରକାଶ |ପରିବାର ଲୋକଙ୍କ ଲିଖିତ ଅଭିଯୋଗରୁ ପ୍ରକାଶ ଯେ ବୀରମିତ୍ରପୁର ଥାନା ଅନ୍ତର୍ଗତ କୁଦାବେଡ଼ା ଗ୍ରାମ କିଶାନଟୋଲି ଅଞ୍ଚଳର ଏତ୍ଵା ଧନ୍ବାରଙ୍କ ପୁଅ ସୀତାରାମ ଧନ୍ଵାର ଛଦ୍ମନାମ ରାମ ୨୫ ବର୍ଷ ଓ ତାର ସାଙ୍ଗ ହାତିବାରି ଥାନା ଅନ୍ତର୍ଗତ ଯୋକେର୍ତ୍ତା ଗ୍ରାମ ଗିର୍ଜାଟୋଲି ଅଞ୍ଚଳର ଯୁଲ୍ୟୁଶ ଲୁଗୁନ ଙ୍କ ପୁଅ ରାଜୀବ ଲୁଗୁନ ୨୩ବର୍ଷ ଦୁମାଙ୍ଗଦିରୀ ଗ୍ରାମର ଜଣେ ମସ୍ତିସ୍କ ବିକୃତିଗ୍ରସ୍ତ ଯୁବତୀକୁ ଫୋନ ଯୋଗେ ଏକ ନିରୋଳା ସ୍ଥାନକୁ ଡାକି କୁକର୍ମ କରିବା ସହ ସେଠାରୁ ପଳାଇ ଥିଲେ | ଝିଅ ଟି ଦୀର୍ଘ ସମୟ ହେବ ଘରକୁ ନଫେରିବାରୁ କୁକର୍ମ ର ଶିକାର ହୋଇଥିବା ଯୁବତୀ ର ପିତା ଝିଅ କୁଆଡେ ଯାଇଛି ବୋଲି ନିଜ ବୋହୂକୁ ଫୋନ ଯୋଗେ କହିଥିଲେ |! ଏହା ଜାଣିବା ପରେ ପରିବାର ଲୋକେ ଯୁବତୀ ଜଣଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ସହ ଝିଅ ଟିକୁ ଗ୍ରାମ ଠାରୁ କିଛି ଦୂରରେ ଥିବା ଏକ ମନ୍ଦିର ସମ୍ମୁଖରେ ଏକୁଟିଆ ଛିଡା ହୋଇଥିବା ଦେଖି ତାକୁ ସେଠାରୁ ଉଦ୍ଧାର କରି ଘରକୁ ଆଣିବା ସହ ସମସ୍ତ ବିଷୟ ପଚାରି ବୁଝିବା ସହ ଏହି ବିଷୟରେ ବୀରମିତ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ! ପରିବାର ଲୋକ ଙ୍କ ଲିଖିତ ଅଭିଯୋଗ କୁ ଆଧାର କରି ବୀରମିତ୍ରପୁର ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି କୁକର୍ମ କରିଥିବା ଦୁଇ ଯୁବକ ଙ୍କୁ ଗିରଫ କରିବା ସହ ଡାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରିଥିବା ପୋଲିସ ପକ୍ଷରୁ ପ୍ରକାଶ |

Leave A Reply

Your email address will not be published.