ନାବାଳିକାଙ୍କୁ କୁକର୍ମ କଲେ ସରପଞ୍ଚଙ୍କ ସ୍ବାମୀ…

add-all

ହିଞ୍ଜିଳିକାଟୁ ୨୪।୫ : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକର ଗୋଟିଏ ପଞ୍ଚାୟତର ସରପଞ୍ଚଙ୍କ ସ୍ବାମୀ ଜଣେ ନାବାଳିକାଙ୍କୁ କୁକର୍ମ କରିଥିବା ନେଇ ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ୩୫୦/୨୪ ରୁଜୁ କରିଛି। ଅଭିଯୋଗ ପରେ ପୋଲିସ ସରପଞ୍ଚଙ୍କ ସ୍ବାମୀଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
ପୋଲିସ ଉଭୟଙ୍କ ଡାକ୍ତରୀ ମାଇନା କରିବା ପରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ବିପିନ ବିହାରି ହୋତା କହିଛନ୍ତି। ଏପରିକି ସରପଞ୍ଚ ଙ୍କ ସ୍ବାମି ସରପଞ୍ଚ ଦାୟିତ୍ୱରେ ରହି ପ୍ରଲୋଭନ ଦେଖାଇ କୁକର୍ମ ପରେ ନାବାଳିକା ଟି ୬ମାସର ଗର୍ଭବତୀ ହୋଇଥିଲେ। ଏହା ଜାଣିବା ପରେ ସରପଞ୍ଚଙ୍କ ସ୍ବାମୀ ଧମକାଇ ଔଷଧ ଆଣି ଖାଇବାକୁ ଦେଇ ଗର୍ଭପାତ କରାଇଥିବା ନାବାଳିକା ଜଣକ ଆଇଆଇସି ନିକଟରେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବଜରଙ୍ଗ ସଂଘ, ଓଁ ଶ୍ରୀ ଲକ୍ଷ୍ମୀ ନୃସିଂହ ସଂଘ, ମାଁ ବୁଢିଠାକୁରାଣି ସଂଘ,ଜୟମାଁ ସନ୍ତୋଷୀ ସଂଘ,ଦାବି ହୋଇଛି । ଏହି ଘଟଣା ଘଟିବା ପରେ ବ୍ଳକରେ ଲଜ୍ୟାର ବିଷୟ ପାଲଟିଛି।

ad-week
Leave A Reply

Your email address will not be published.