ଅର୍ଦ୍ଧନିର୍ମିତ ଭାବରେ ପଡି ରହିଛି ଅଙ୍ଗନବାଡ଼ି ଗୃହ : ପ୍ରଶାସନ ନିରବ ଦ୍ରଷ୍ଟା…

youtube

କୁଆଁରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଅଣ୍ଡାଳି ଜାମ୍ବାହଲ ପଞ୍ଚାୟତ ର ବଡ଼ମାଳ ସେଣ୍ଟର ୧ ଗଢ଼ାଟଲି ୨ ଓ ଯୁନେନ ମିନି ଅଙ୍ଗନବାଡ଼ି ସେଣ୍ଟରର ନିର୍ମାଣ ହେଉଥିଲା କିନ୍ତୁ ୨୦୨୦ ମସିହାରୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପୂର୍ଣ ନିର୍ମାଣ ହୋଇପାରିନାହିଁ ! ଯାହାଫଳରେ ଅଙ୍ଗୱାଡି କର୍ମୀମାନଙ୍କ ସହିତ ଛଟୋ ଛଟୋ ଶିଶୁ ଛୁଆମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ! ଏହି ତିନୋଟି ଅଙ୍ଗୱାଡି ସେଣ୍ଟରରେ କେବଳ ବିଦ୍ୟୁତ ମିଟର କାନ୍ଥରେ ଲଗାଯାଇଛି କିନ୍ତୁ ସେଣ୍ଟର ଭିତରେ ବିଦ୍ୟୁତ ୱେରୀଙ୍ଗ କରାଯାଇ ନାହିଁ ବିନା ବିଦ୍ୟୁତ ବ୍ୟବହାର ରେ ମାସକୁ ମାସ ବିଲ ମଧ୍ୟ ଆସୁଛି ! ସେଣ୍ଟରରେ ନଳକୂପ ଖୋଳା ହୋଇଛି, କିନ୍ତୁ ପିଇବା ପାଣିର କୌଣସି ସୁବିଧା ନାହିଁ ସ୍ୱଚ୍ଛ କରିବାପାଇଁ ଟଏଲେଟ୍ ରେ ପାଣି ଆସୁନାହିଁ ନଳକୂପ ଅଚଳ ଅବସ୍ଥା ରେ ପଡି ରହିଛି ! ମାଁ ଓ ଛଟ ଶିଶୁଛୁଆ ମାନେ ସ୍ୱଚ୍ଛ କରିବାକୁ ବାହାରକୁ ଯିବାକୁ ପଡ଼ିଛି ! ସୂଚନା ଥାଉକି ଅଙ୍ଗନବାଡି ନିର୍ମାଣ କରୁଥିବା ଠିକେଦର ଲାଗିଥିବା ସିନଟେକ୍ସକୁ ମଧ୍ୟ ଖୁଲିକରି ନେଇଗଲେ ! ପୁରୁଣା ଲୁହାର ଚିତି ଲାଗିଥିବା ଝରକା ଲାଗିଛି, ଲୁହା କବାଟକୁ ତଲୁକାଟି ନେଇଛନ୍ତି ଠିକ କରିଦେବି କହି କିନ୍ତୁ ଆଜି ପର୍ଯ୍ୟନ୍ତ ଠିକ କରିନାହାନ୍ତି ! ପାଠ ପଢ଼ିବାର ରୁମରେ ଅଧା ପନ୍ତରିଆ ଟାଇଲସ ଲାଗିଛି ! ରୋଷେଇ ଘର ମଧ୍ୟ ଅଧା କାର୍ଯ୍ୟ ହୋଇଛି ! ଏହି କାମଗୁଡିକ ନିମ୍ନ ମାନର ନିର୍ମାଣ କରାଯାଇଛି ବାଲି ଅଭିଯୋଗ ହେଇଥିଲା ! ମମତା ଗୃହ ଭୋଳ ନିର୍ମାଣ ହେଇ ନଥିବାରୁ ମାଁ ମାନଙ୍କୁ ମାସିକ ମୀଟିଙ୍ଗରେ ଘରକୁ ଡ଼ାକି ଯାଞ୍ଚ କରି ଛୋତୁ ଓ ଅଣ୍ଡା ଦେଉ ଛନ୍ତି ଯାହା ଫଳରେ ଦୁଃଖ ପ୍ରକାଶ କରିଛନ୍ତି ମାଁ ମାନେ ! ତେବେ ଦେଖିବାକୁ ବାକି ରହିଲା କେବେ କୁଆଁରମୁଣ୍ଡା ଉନ୍ନୟନ ଅଧିକାରୀ ପଦକ୍ଷେପ ନେଇ ଏହି ଅଧାପନ୍ତରିଆ ତିନୋଟି ଅଙ୍ଗନୱାଡ଼ି ସେଣ୍ଟର ବଡ଼ମାଳ ୧, ଗାଢ଼ାଟଲି ୨ ଓ ଯୁନେଇନ ମିନି କେନ୍ଦ୍ର ଗୁଡିକ ପ୍ରତି ଦୃଷ୍ଟି ଦେବେ l ଯନ୍ତ୍ରୀ ଓ ଠିକେଦାର ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ସରକାରୀ ଅର୍ଥ ବାଟ ମାରଣ ହୋଇଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି l ସ୍ଥାନୀୟ କୁଆଁରମୁଣ୍ଡା ବିଡ଼ିଓ ସବୁ ଜାଣି ନିରବ ରହିବାକୁ ନେଇ ଦୁର୍ନୀତି ର ଗନ୍ଧ ବାରି ହୋଇପଡୁଛି l ଯାହାକି ତଦନ୍ତ ସଫେକ୍ଷ, ଅଧ ପନ୍ତରିଆ ଗୃହ ରେ ଚାଲିଛି କୋମଳ ମତୀ ଛୁଆ ମାନଙ୍କ ଶିକ୍ଷା ପୁଣି ଗର୍ଭବତୀ ମହିଳା ମାନେ ଅଙ୍ଗନୱାଡ଼ି ସେଣ୍ଟର କୁ ଆସନ୍ତି ନିଜ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଏହି ଜରାଜୀର୍ଣ ଗୃହ ରେ କିଛି ବି ଅଘଟଣ ଘଟି ପାରେ ଏଥିରେ ଦାୟୀ କିଏ ରହିବ ବୋଲି ଅଞ୍ଚଳ ର ବୁଦ୍ଧିଜୀବୀ ଓ ସାଧାରଣ ରେ ଅଭିଯୋଗ ହେଉଛି ତେଣୁ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବୀ ହେଉଛି l

Leave A Reply

Your email address will not be published.