ନିର୍ବାଚନରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ଭୋଟ ଗ୍ରହଣ ପାଇଁ ପ୍ରକ୍ରିୟାରେ ତ୍ରୁଟି ରହିଛି: ସମୀର ମହାନ୍ତି

youtube

ଭୁବନେଶ୍ବର: ଗୋଟିଏ ବୁଥରେ ସର୍ବନିମ୍ନ ୧୦ ଜଣ ସରକାରୀ ଅଧିକାରୀ ନିୟୋଜିତ ହୋଇଛନ୍ତି। ସେଥିରୁ ୭୦ ଭାଗ ଅଧିକାରୀ ଭୋଟ ଦେଇପାରୁନାହାନ୍ତି। ଭୋଟିଂ କାର୍ଯ୍ୟରେ ନିୟୋଜିତ ମାତ୍ର ୩୦ ଭାଗ ସରକାରୀ କର୍ମଚାରୀ ଭୋଟ ଦେଇପାରୁଛନ୍ତି ବୋଲି ଅଭିଯୋଗ କରିଛି ବିଜେପି।
ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ସିଇଓଙ୍କ ସୂଚନା ଅନୁସାରେ ୩୧ହଜାର ପୋଷ୍ଟାଲ ବାଲଟ ମିଳିଛି। ଗୋଟିଏ ବୁଥରେ ୬ଜଣ ଭୋଟ କାର୍ଯ୍ୟରେ, ୨ ଜଣ ପୁଲିସ ଏବଂ ୨ ଜଣ ଡ୍ରାଇଭର ରହୁଛନ୍ତି। ଏମାନଙ୍କୁ ହିସାବ କଲେ ୩୧ ହଜାର କେମିତି ହେବ? ଆଜି ୧୦ ହଜାର ୭୦୦ ବୁଥରେ ଭୋଟ ହେଉଛି। ଆଜି ହିଁ କେବଳ ୧ ଲକ୍ଷରୁ ଅଧିକ କର୍ମଚାରୀ ଭୋଟିଂ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ତେଣୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ଭୋଟ ଗ୍ରହଣ ପାଇଁ ହେଉଥିବା ପ୍ରକ୍ରିୟାରେ ତ୍ରୁଟି ଅଛି।

ଏଣୁ ଆଗାମୀ ୧ ତାରିଖରେ ହେବାକୁ ଥିବା ଭୋଟିଂ ବେଳେ ପ୍ରକ୍ରିୟାକୁ ସୁଧାର କରାଯାଉ। ପୂର୍ବରୁ କର୍ମଚାରୀ ମାନେ ୧୨ ବି ଫର୍ମରେ ଆବେଦନ କରିଛନ୍ତି। କିନ୍ତୁ ପୋଷ୍ଟ ଅଫିସ ମାଧ୍ୟମରେ ଯେଉଁ 1୧୩ବି ଫର୍ମ ତାଙ୍କ ପାଖରେ ପହଞ୍ଚିବା କଥା ତାହା ପହଞ୍ଚିପାରୁ ନାହିଁ। ଅନ ସ୍ପଟ ସରକାରୀ କର୍ମଚାରୀମାନଙ୍କୁ ଭୋଟ ଦେବା ପାଇଁ ସୁବିଧା କରାଯାଉ। ମୁଖ୍ୟ ନିର୍ବାଚନ ଅଧିକାରୀ ଏହାର ଦାୟିତ୍ଵ ନିଅନ୍ତୁ।

Leave A Reply

Your email address will not be published.