ମତଦାନ କେନ୍ଦ୍ରକୁ ମୋବାଇଲ୍‌ ମନା, ଭୋଟର୍‌ ଅସନ୍ତୁଷ୍ଟ

add-all

ଭୁବନେଶ୍ବର: ଲୋକସଭା ନିର୍ବାଚନ ଲାଗି ଆଜି ୫୮ଟି ଆସନରେ ଭୋଟିଂ ଚାଲିଛି। ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି। ଏହାରି ଭିତରେ ମତଦାନ କେନ୍ଦ୍ରକୁ ମୋବାଇଲ ନେବା ପାଇଁ ମନା ହୋଇଛି। ଏହାକୁ ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଭୁବନେଶ୍ୱର ନୟାପଲ୍ଲୀ ବୁଥରେ ମୋବାଇଲ୍ ନେବାକୁ ମନା କରିବା ପରେ ଭୋଟର୍‌ଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏଠାରେ ଏହାକୁ ନେଇ କିଛି ସମୟ ପାଇଁ ଉତ୍ତେଜନା ମଧ୍ୟ ଦେଖାଦେଇଥିଲା। ଦୀର୍ଘ ସମୟ ଅପେକ୍ଷା ପରେ ବି ଭୋଟ ନ ଦେଇ ଫେରୁଛନ୍ତି ଭୋଟର୍‌। ବିଭିନ୍ନ ସ୍ଥାନରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ମୋବାଇଲ ନ ନେବାକୁ ନିୟମ ଲାଗୁ ହୋଇଥିବା ବେଳେ ଅନେକ ଲୋକ ଏକଥା ଜାଣି ନାହାନ୍ତି।
ମତଦାନ କେନ୍ଦ୍ରରେ ବି ମୋବାଇଲ ରଖିବାକୁ କୌଣସି ବ୍ୟବସ୍ଥା ହୋଇନଥିବାରୁ ଭୋଟର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବାଧ୍ୟ ହୋଇ ଖରାରେ ଭୋଟ୍‌ ନଦେଇ ଫେରୁଥିବା କହିଛନ୍ତି ଭୋଟର। ସେପଟେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସିଇଓ। ପୁଲିଂ ବୁଥ୍‌କୁ ମୋବାଇଲ୍ ନେବା ଉପରେ କଟକଣା ରହିଛି। ମୋବାଇଲ୍ ଘରେ ରଖି ଆସିବାକୁ ସେ ନିବେଦନ କରିଛନ୍ତି।

ad-week
Leave A Reply

Your email address will not be published.